ମେକ୍ସିକୋର ବାଣ ବଜାରରେ ଭୟାବହ ଅଗ୍ନିକାଣ୍ଡ:୨୭ ଜୀବନ୍ତ ଦଗ୍ଧ, ୭୦ରୁ ଅଧିକ ଗୁରୁତର

23

କନକ ବ୍ୟୁରୋ : ମେକ୍ସିକୋର ବାଣ ବଜାରରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୨୭ ଜଣ ଜୀବନ୍ତ ଦଗ୍ଧ ହୋଇଯିବା ସହ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଇଛନ୍ତି । ରାଜଧାନୀ ମେକ୍ସିକୋ ସିଟିଠାରୁ ପ୍ରାୟ ୩୨କିଲୋମିଟର ଦୂର ଟୁଲଟିପେକ୍ ନିକଟରେ ଥିବା ସେନ୍ ପବ୍ଲିଟୋ ବାଣ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଏକ ଦୋକାନରେ ନିଆଁ ଲାଗି ଏହା ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିବାରେ ଲାଗିଥିଲା । ବାଣ ବଜାରରେ ଥିବା ଅନେକ ଦୋକାନ ପୋଡି ପାଉଁଶ ହୋଇଯାଇଛି ।

ବାଣ ବଜାରରେ ପର୍ଯ୍ୟାପ୍ତ ପରିମାଣର ବାଣ ଥିବାରୁ କିଛି କ୍ଷଣ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଂଚଳରେ ଧୁଆଁ ଭର୍ତ୍ତି ହୋଇଯାଇଛି । ତେବେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଶାସନିକ ଅଧିକାରୀ କହିଛନ୍ତି । ଉଦ୍ଧାରକାରୀ ଦଳଙ୍କ ସହ ଡାକ୍ତର ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି  ।