ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ! ପରୀକ୍ଷାର ୧୦ ମିନିଟ ପରେ ହ୍ୱାଟସଆପରେ ଘୂରି ବୁଲିଲା ପ୍ରଶ୍ନପତ୍ର, ମନ୍ତ୍ରୀ କହିଲେ ଘଟଣାରେ ନାହିଁ କୌଣସି ସତ୍ୟତା

46

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖା ଦେଲା ବିବାଦ । ହ୍ୱାଟସ ଆପରେ ଘୁରି ବୁଲିଲା ମାତୃଭାଷାର ପ୍ରଶ୍ନ ପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଂଚଳରେ ହ୍ୱାଟସଆପରେ ମାତୃଭାଷା ସେଟ୍ – ଏ’ ଓ ସି’ର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା ସ୍ପଷ୍ଟ କରାଯାଇ ନଥିବା ବେଳେ ଗଣଶିକ୍ଷା ବିଭାଗ ଅଭିଯୋଗକୁ ଖଣ୍ଡନ କରିଛି ।

metric examପରୀକ୍ଷାର ପ୍ରଥମ ଦିନରେ ଗୋଟିଏ ପଟେ କ୍ଲାସରୁମରେ ପିଲା ମାତୃଭାଷା ପରୀକ୍ଷା ଦେଉଥିଲେ ଆଉ ଅନ୍ୟପଟେ ମୋବାଇଲରୁ ମୋବାଇଲ ଘୁରିବୁଲୁଥିଲା ପ୍ରଶ୍ନପତ୍ର । ଏହି ଖବର ସୃଷ୍ଟି କରିଥିଲା ବିବାଦ । ପିଲା ପରୀକ୍ଷା ଦେଉଥିବା ମାତୃଭାଷାର ଅବିକଳ ପ୍ରଶ୍ନ ହ୍ୱାଟ୍ସଆପ୍ ବୁଲୁଥିବା ଅଭିଯୋଗ ହୋଇଥିଲା । ସେଟ୍-ଏ ଓ ସେଟ୍-ସିର ପ୍ରଶ୍ନପତ୍ର ବାହାରକୁ ଆସିଥିବା ଖବର ବ୍ୟାପିବାରେ ଲାଗିଥିଲା । ପରୀକ୍ଷାର ୧୦ ମିନିଟ୍ ପରେ କେନ୍ଦ୍ରାପଡା ଆଳି ବଜାର ଅଂଚଳରେ ଦେଖାଦେଇଥିଲା ଏଭଳି ସ୍ଥିତି ।

ପରୀକ୍ଷାର ୧୦ ମିନିଟ ପରେ ହ୍ୱାଟସଆପରେ ଘୂରି ବୁଲିଲା ପ୍ରଶ୍ନପତ୍ର  । ଲିକ୍ ହୋଇଥିବା ପ୍ରଶ୍ନପତ୍ର ସହ ମେଳ ଖାଉଥିଲା ଅସଲି ପ୍ରଶ୍ନପତ୍ର। ଗୋଟିଏ ହେଉଛି ଛାତ୍ରଛାତ୍ରୀ ଦେଇଥିବା ପରୀକ୍ଷା ପ୍ରଶ୍ନପତ୍ର ଏବଂ ଅନ୍ୟଟି ହ୍ୱାଟ୍ସଆପରେ ବୁଲୁଥିବା ପ୍ରଶ୍ନପତ୍ର । ଦୁଇଟି ଯାକରେ ସମସ୍ତ ପ୍ରଶ୍ନ ମେଳ ଖାଉଛି । ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ସେପଟେ ଅଭିଯୋଗ ପରେ ବୋର୍ଡର ଗୁରୁତ୍ୱପୂଣ୍ଣ ବୈଠକ ବସିଛି । ଲିକ୍ ପ୍ରଶ୍ନ ସହ ଅସଲ ପ୍ରଶ୍ନର ମେଳ ଖାଉଛି କି ନାହିଁ? କେଉଁଠୁ ପ୍ରଶ୍ନପତ୍ର ଲିକ୍ ହେଲା ଓ କିଏ ପ୍ରଶ୍ନପତ୍ରକୁ ଭାଇରାଲ କରିଛି ସେନେଇ ଆଲୋଚନା ହୋଇଛି ।ପ୍ରାଥମିକ ତଦନ୍ତ ପରେ ଏହି ଘଟଣାରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ସାମ୍ନାକୁ ଆସିଛି ଏଭଳି ବିଭ୍ରାଟ । ଗଣଶିକ୍ଷା ବିଭାଗ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଗକୁ ଅନ୍ୟ ପରୀକ୍ଷା ଉପରେ ଉଠିଛି ପ୍ରଶ୍ନ ।