ଆଜିଠୁ ତାତିରୁ ମିଳିପାରେ ତ୍ରାହି:ତାପମାତ୍ରା କମିବା ନେଇ ପାଣିପାଣ ବିଭାଗର ପୂର୍ବାନୁମାନ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଦୁଇ ତିନିଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ତ୍ରାହି । କାଳବୈଶାଖି ଯୋଗୁଁ ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, କେନ୍ଦୁଝର,ନୟାଗଡ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏହା ସହ ଆଭ୍ୟନ୍ତରୀଣ ଓଡିଶାରେ ଗୋଟିଏ ଦୁଇଟି ସ୍ଥାନକୁ ଛାଡି ଦେଇ ଅନ୍ୟ ସବୁସ୍ଥାନରେ ତାପମାତ୍ରା ସ୍ୱାଭାବିକ ରହିବ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ରବିବାର ଅପରାହ୍ନରୁ ଭୁବନେଶ୍ୱରର ପାଗ ମେଘୁଆ ହେବା ସହ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ଆଉ ତତଲା କଡେଇରେ ସିଝୁଥିବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।