ଖରାକୁ ସାବଧାନ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ! ଆସନ୍ତା ୨୯ , ୩୦ରୁ ବଢ଼ିବ ତାତି

40

କନକ ବ୍ୟୁରୋ : ଖରା ପାଇଁ ସତର୍କ କରିଛି ପାଣିପାଗ ବିଭାଗ ।  ଆସନ୍ତା ୨୯ ଓ ୩୦ ତାରିଖରେ ବଢିବ ତାପମାତ୍ରା । ଏହି ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗରମ ପବନ ପାଇଁ ସତର୍କତା ଜାରି କରାଯାଇଛି । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମାର୍ଚ୍ଚ ଶେଷରେ ସ୍ୱଭାବିକ ତାପମାତ୍ରା ଠାରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଫଳରେ ସତର୍କ ରହିବାକୁ ପାଣି ପାଗ କହିଛି । ଅପରାହ୍ନରେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି ।

ସେପଟେ ଗ୍ରୀଷ୍ମ ସହ ତାଳ ଦେଇ ବଢ଼ିବାରେ ଲାଗିଛି ଜଳସଙ୍କଟ । ଟୋପେ ପାନୀୟ ଜଳ ପାଇଁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । କେଉଁଠି ଚୁଆ ପାଲଟିଛି ପାଣି ବୁନ୍ଦେ ପାଇବାର ଠିକଣା ତ ପୁଣି କେଉଁଠି ଜଳଉତ୍ସ ଥିବା ସତ୍ୱେ ଗାଁ ପର୍ଯ୍ୟନ୍ତ ପହଂଚିପାରୁନି ପାନୀୟ ଜଳ । ଢେଙ୍କାନାଳରୁ ଆରମ୍ଭ କରି ନବରଂଗପୁରଯାଏଁ ସବୁଠି ଏବେ ଦେଖିବାକୁ ମିଳିଛି ଉତ୍କଟ ଜଳାଭାବର ଚିତ୍ର । ରାଜ୍ୟରେ ଦେଖାଦେଇଥିବା ଜଳ ସମସ୍ୟା ବିଧାନସଭାରେ ମଧ୍ୟ ଉଠିଛି ।