ଇଂଟରନେଟରେ ହିଟ ସାବ୍ୟସ୍ତ ହେଲା ତାମିଲ ଫିଲ୍ମ ‘ମର୍ଶଲ’ର ଜିଏସଟି ସମ୍ବନ୍ଧୀୟ ଦୃଶ୍ୟ । ରଜନୀକାନ୍ତ ବି କଲେ ପ୍ରଶଂସା

29

ତାମିଲ ଫିଲ୍ମ ‘ମର୍ଶଲ’ କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନଥିବା ବେଳେ ଏହାକୁ ମହାନ କଳାକାରମାନେ ପ୍ରଶଂସା କରିଛନ୍ତି । ନିକଟରେ ପ୍ରସିଦ୍ଧ ତାମିଲ ଅଭିନେତା ରଜନୀକାନ୍ତ ଫିଲ୍ମକୁ ପ୍ରଶଂସା କରି ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଫିଲ୍ମରେ ଏକ ଇମ୍ପୋଟାଂଟ ଇସ୍ୟୁକୁ ଦେଖାଯାଇଛି । ଯାହାକୁ ନେଇ ରାଜନୀତିରେ ହଲଚଲ ଦେଖାଦେଇଛି ସେହିଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଫିଲ୍ମରେ ଦର୍ଶାଯାଇଛି ।

ଫିଲ୍ମରେ ଜିଏସଟିକୁ ନେଇ ଏକ ସୁନ୍ଦର ସଂଳାପ ରହିଛି । ଫିଲ୍ମରେ ହିରୋ ଚରିତ୍ରରେ ଥିବା ବିଜୟର ଡାଏଲଗ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଡାଏଲଗ ‘ ସିଙ୍ଗାପୁରରେ ଜିଏସଟି ୭ ପ୍ରତିଶତ ତଥାପି ସେଠାରେ ମାଗଣା ମେଡିସିନ ଦିଆଯାଉଛି କିନ୍ତୁ ଭାରତରେ ମେଡିସିନରେ ଜିଏସଟି ୧୨ ପ୍ରତିଶତ ଥିବା ବେଳେ ମଦରେ ଜିଏସଟି ଦେବାକୁ ପଡିନଥାଏ । ଏହି ଡାଇଲଗରେ ଦର୍ଶକ ଦର୍ଶକ ତାଳି ନମାରି ରହିପାରୁନାହାନ୍ତି । ତା ସହ ଏଥିରେ ଗୋରଖପୁର ଟ୍ରାଜେଡିକୁ ବି ଦର୍ଶକଙ୍କ ସାମ୍ନାରେ ରଖାଯାଇଛି । ଗୋରଖପୁର ଟ୍ରାଜେଡି ଉପରେ ବି ହିରୋ ସଂଳାପ ରହିଛି । ଏହି ସିନକୁ ଫିଲ୍ମରୁ ହଟାଇବା ପାଇଁ ବହୁ ବିଜେପି ନେତା ଦାବି କରିଛନ୍ତି ।

ଫିଲ୍ମର ପ୍ରଯୋଜକ ମଧ୍ୟ ଟ୍ୱିଟ କରିଛନ୍ତି ଯଦି ଫିଲ୍ମର କୈାଣସି ଦୃଶ୍ୟ ବା ଡାଏଲଗକୁ ନେଇ କିଛି ଅସୁବିଧା ଅଛି ତେବେ ସେ ତାହାକୁ ହଟାଇଦେବେ । କିନ୍ତୁ ଏ ଭିତରେ ଫିଲ୍ମର ଏକ ସିନ ଟ୍ୱିଟରେର ଲିକ ହୋଇଯାଇଛି । ଏହି ଭିଡିଓ କ୍ଲିପ ଇଂଟରନେଟରେ ବି ଭାଇରାଲ ହୋଇଯାଇଛି । ଇଂଟରନେଟରେ ହିଟ ସାବ୍ୟସ୍ତ ତାମିଲ ଫିଲ୍ମ ‘ମର୍ଶଲ’ ଜିଏସଟି ସମ୍ବନ୍ଧୀୟ ଦୃଶ୍ୟ । ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି ଫିଲ୍ମ ପ୍ରଯୋଜକ । ଏହି ଫିଲ୍ମ ଆଶାତୀତ ସଫଳତା ପାଇଛି । ଅନେକ ବିବାଦ ଭିତରେ ରହିବିି ରିଲିଜ ହେବାର ତିନିଦିନ ଭିତରେ ଶହେକୋଟି କ୍ଲବରେ ସାମିଲ ହୋଇଛି ମର୍ଶାଲ ।ପ୍ରଥମ ଦିନରେ ଫିଲ୍ମ ୪୩.୩ କୋଟି କମାଇଥିଲା । ମର୍ଶାଲ ଅକ୍ଟୋବର ୧୮ରେ ରିଲିଜ ହୋଇଥିଲା । ୧୨୦ଟଙ୍କା ବଜେଟରେ ନିର୍ମିତ ହୋଇଥିଲା ଫିଲ୍ମ । ରଜନୀକାନ୍ତଙ୍କ ଫିଲ୍ମ ‘କାବିଲ’ର ବି ରେକର୍ଡ ଭଙ୍ଗ କରିଛି ମର୍ଶାଲ ।

ଫିଲ୍ମର ସିନ ହଟାଇବାକୁ ଦାବି କରିଥିବା ବିଜେପି ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବିରୋଧୀ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧ, ଡିଏମକେ ନେତା ଏମ.କେ. ଷ୍ଟାଲିନ ବିଜେପିର ଦାବିକୁ ସମାଲୋଚନା କରିଛନ୍ତି । ସାରା ବିବାଦକୁ ନେଇ ବିଜେପି ନେତା ଶତୃଘ୍ନ ସିହ୍ନାଙ୍କ ବୟାନ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ଶତୃଘ୍ନ କହିଛନ୍ତି କିଛି ଲୋକ ବିମୁଦ୍ରୀକରଣକୁ ସମର୍ଥନ କରୁଛନ୍ତି , ଆଉ କେହି କରୁନାହାନ୍ତି । କିଛି ଲୋକ ଜିଏସଟିକୁ ଭଲ କହୁଛନ୍ତି କିନ୍ତୁ ଜିଏସଟି କଣ କିଛି ବୁଝିନାହାନ୍ତି । କିନ୍ତୁ ଏହାର ମାନେ ନୁହେଁକି ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ଦେଶ ବିରୋଧୀ ହୋଇଗଲେ ।