ସାଂସଦଙ୍କ ପ୍ରିୟ ସମ୍ବଲପୁରୀ ଶାଢୀ । ଅଲମ୍ପିକ୍ସ ମେଡଲ ବିଜୟନୀ ବକ୍ସର ମେରିକମ ଓଡିଶାର ପାରମ୍ପରିକ ହସ୍ତତନ୍ତକୁ ଜଣାଇଲେ ସମ୍ମାନ

165

ଓଡିଶାର ସଂସ୍କୃତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଦେଶ ତଥା ବିଦେଶରେ ଓଡିଶା ସମ୍ବଲପୁରୀ ଶାଢୀର ଚାହିଦା ବଢୁଥିବା ବେଳେ ଆଉ ଇତିହାସ ସୃଷ୍ଟି କରିଛି ସମ୍ବଲପୁରୀ ଶାଢୀ । ବିଖ୍ୟାତ ମହିଳା ବକ୍ସର ତଥା ବ୍ରୋଂଚ ପଦକ ବିଜୟିନୀ ଏମସି ମେରିକମ ଗୁରୁବାର ଓଡିଶା ଶାଡିରେ ସଂସଦକୁ ଆସିବା ଚର୍ଚ୍ଚା ସୃଷ୍ଟି କରିଛି । ତେବେ ମେରିକମଙ୍କର ସମ୍ବଲପୁରୀ ଶାଢୀ ପିନ୍ଧିବା ପଛରେ ରହିଛି ଅନେକ ମହତ ଉଦ୍ଦେଶ୍ୟ । ଗୋଟିଏ ରାଜ୍ୟର କଳା ଓ ସଂସ୍କୃତି ଦେବା ସହ ସମ୍ବଲପୁରୀ ଶାଢୀର ପ୍ରଚାର ଓ ପ୍ରସାର ଅନ୍ୟଏକ କାରଣ ।

ଫଟୋରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ସମ୍ବଲପୁରୀ ଶାଢି ପିନ୍ଧି ମେରିକମ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମଝିରେ ଠିଆ ହୋଇଛନ୍ତି ।

୨୦୧୨ ଲଣ୍ଠନ ଅଲମ୍ପିକରେ ବ୍ରୋଂଚ ପଦକ ଜିତିଥିବା ମେରିକମ, ରାଜ୍ୟସଭା ସଦସ୍ୟ ଭାବେ ସଂସଦକୁ ୨୫ ଏପ୍ରିଲ ୨୦୧୬ରେ ନିର୍ବାଚିତ ହୋଇଥିଲେ । ବର୍ତମାନ ବଜାରରେ ନକଲି ସମ୍ବଲପୁରୀ ଶାଢୀ ବିକ୍ରି ଯୋଗୁ ସମ୍ବଲପୁରୀ ଶାଢୀ ବେପାର ମାନ୍ଦା ଅବସ୍ଥାରେ ରହିଛି । ଏହାକୁ ନେଇ ଓଡିଶାରେ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି ।

ରାଜ୍ୟସଭା ସାଂସଦ ଥିବା ମେରିକମ ନିୟମିତ ସଂସଦର କାମ କାର୍ଯ୍ୟରେ ଯୋଗ ଦିଅନ୍ତି । ଗୁରୁବାର ସେ ସମ୍ବଲପୁରୀ ଶାଢି ପିନ୍ଧି ଆସିଥିଲେ ସଂସଦକୁ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ସମ୍ବଲପୁରୀ ଶାଢି ପିନ୍ଧି ମେରିକମ ଫଟୋ ଗୁରୁବାର ସୋସିଆଲ ମିଡିଆରେ ଥିଲା ବେଶ ଚଳଚଂଚଳ ।

ତେବେ ଏଭଳି ସମୟରେ ମେରିକମଙ୍କ ଉଦ୍ୟମ ଓଡିଶା ତଥା ସମ୍ବଲପୁରବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି ସମ୍ବଲପୁରୀ ଶାଢୀ ହେଉଛି ଓଡିଶାର ଏକ ପାରମ୍ପରିକ ହସ୍ତତନ୍ତ । ଓଡିଶାର ବରଗଡ, ସୋନପୁର, ବଲାଙ୍ଗିର ଓ ବୌଦ୍ଧରେ ଏହା ତିଆରି କରାଯାଇଥାଏ । ଆଗରୁ ମଧ୍ୟ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ମୀରା ଶଙ୍କର ସମ୍ବଲପୁରୀ ଶାଢୀ ପିନ୍ଧି ଚର୍ଚ୍ଚାରେ ରହିଥିଲେ ।