ମାତୃଭୂମିର ସେବା ପାଇଁ ଛାଡିଲେ ଆମେରିକା । ଜିତିଲେ ନିର୍ବାଚନ । ଭାରତର ଶହେ ଶ୍ରେଷ୍ଠ ମହିଳାଙ୍କ ମଧ୍ୟରେ ସାମିଲ ।

41

ନାରୀ ବି ବଦଳାଇପାରେ ଗାଁର ଚେହେର।। ଲୋକଙ୍କ ମନରେ ଆଣିଦେଇପାରେ ଖୁସି । ଜୀବନଜୀବୀକା ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ନିକଟରେ ସେ ଦେଇପାରେ ଜିଇଁବାର ରାହା । ଆଉ ବନିପାରେ ଲୋକପ୍ରିୟ । ୨୦୧୨ରେ ରାଜନୀତି ବିଜ୍ଞାନରେ ସେ ଏମଏ କରିଥିଲେ । ସେତେବଳେ ତାଙ୍କ ପରିବାରର ସମସ୍ତେ ଆମେରିକାରେ ରହୁଥାନ୍ତି । ତେଣୁ ତାଙ୍କ ପାଇଁ ଆମେରିକା ଯିବା ସେତିକି କଷ୍ଟ ନଥିଲା । ଆମେରିକାରେ କ୍ୟାରିୟର କରିବା ପାଇଁ ସୁନେଲି ସ୍ୱପ୍ନ ଦେଖିଲେ । ଏବଂ ଆମେରିକାର ଟେକ୍ସାସ ସହରରେ ପହଂଚିଥିଲେ । କିନ୍ତୁ ତାଙ୍କର ଭାଗ୍ୟରେ ଥିଲା ଅଲଗା କିଛି ।

ତାଙ୍କର ବାପା ଓ ଜେଜେବାପା ଗାଁର ଲୋକଙ୍କ ପାଇଁ ନିଃସ୍ୱାର୍ଥପର ସେବା କରୁଥିଲେ । ସରକାରୀ ସାହାଯ୍ୟ ବିନା ଓ କାହାର ଦାନକୁ ଅପେକ୍ଷା ନକରି ତୌମ ଗାଁଲୋକଙ୍କ ବିକାଶ ପାଇଁ କାମ କରୁଥିଲେ । ତେଣୁ ବାପା ଓଜେଜବାପା ଚାହୁଁଥିଲେ ଝିଅ ଗାଁରେ ରହୁ । ଏବଂ ଗାଁର ବିକାଶରେ ନିଜକୁ ସାମିଲ କରୁ ।

ନିଜ ମାତୃଭୂମିର ସେବାରେ ପ୍ରକୃତ ଆନନ୍ଦ ଥାଏ । ତେଣୁ ବାପାଙ୍କ କଥାରେ ରାଜି ହୋଇ ଲକ୍ଷାଧିକ ଟଙ୍କାର ଦରମା ପାଉଥିବା ଚାକିରି ଛାଡି ଭାରତକୁ ଫେରିଆସିଥିଲେ ।ଭାରତରେ ପହଂଚିବା ପରେ ଗୋଟିଏ ସ୍ୱଚ୍ଛାସେବୀ ଅନୁଷ୍ଠାନ ଗଢିବା ପାଇଁ ଚିନ୍ତା କଲି । ଘରର ସମସ୍ତ ଦାୟିତ୍ୱ ବୁଝିବା ସହ କିପରି ଘରୋଇ ହିଂସାର ଶିକାର ହେବା ପରେ ବି ନାରୀମାନେ କିପରି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ସେ ଦେଖିଥିଲେ । ମୁଁ ଭାବିଲି ଏହି ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନକରିବା ଆବଶ୍ୟକ । ତାପରେ ମୋର କାମ ଆରମ୍ଭ କରିଦେଲି । ସେହି ସମୟରେ ମଧ୍ୟପ୍ରଦେଶରେ ପଂଚାୟତ ନିର୍ବାଚନ ଆରମ୍ଭ ହୋଇଥିଲା । ତେଣୁ ସେ ନିର୍ବାଚନ ଲଢିବା ପାଇଁ ମନସ୍ତ କରିଥିଲେ । ତା ସହ ତାଙ୍କ ଗାଁର ସିଟ ୧୫ ବର୍ଷରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା ।

ଲୋକମାନେ ମୋତେ ସମର୍ଥନ କରିଥିଲେ । ସେମାନେ ଜାଣିଥିଲେ ମୁଁ ଜିତିଲେ ଲୋକଙ୍କ ପାଇଁ ତଥା ହିଂସାର ଶିକାର ହେଉଥିବା ମହିଳା ଓ ଅବହେଳିତ ସମାଜ ପାଇଁ କାମ କରିବି । ତାପରେ ନିର୍ବାଚନରେ ବିଜୟୀ ହୋଇ ସରପଂଚ ହୋଇଥିଲି । ତାପରେ ଲୋକଙ୍କ ପାଇଁ ନିଜ ଜୀବନକୁ ସମର୍ପିତ କରିଥିଲେ । ସବୁ ଗାଁକୁ ପକ୍କା ରାସ୍ତା, ଗରିବ ଲୋକଙ୍କ ପାଇଁ ରାସନ କାର୍ଡ, ବ୍ୟାଙ୍କ ଆକାଉଂଟ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କୃଷ୍କକଙ୍କ ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିଥିଲି । ଦିନକୁ ଦିନ ମୋ ପାଇଁ ଚ୍ୟାଲେଂଜ ବଢିଥିଲା । କିନ୍ତୁ ଗର୍ବର ସହ ସେ କହିଥିଲେ ତାଙ୍କ ଗାଁରେ କେହି ଜଣେ ବି ଅପପୃଷ୍ଟିର ଶିକାର ହୋଇନାହାନ୍ତି ।

ସେ କହିଥିଲେ, ଅନ୍ୟ ସରପଂଚଙ୍କ ଠାରୁ ସେ ଅଧିକ କିଛି କରିନାହାନ୍ତି କିନ୍ତୁ ଅଲଗା ଉପାୟରେ କରିଛନ୍ତି । ଲୋକଙ୍କୁ ସେବା ଯୋଗାଇବା ବଦଳରେ ସେମାନେ ଲାଂଚ ନିଅନ୍ତି କିନ୍ତୁ ମୁଁ ଦୁର୍ନୀତିକୁ ପ୍ରଶ୍ରୟ ଦିଏ ନାହିଁ । ଲୋକଙ୍କୁ ବୁଝାଇ ଗାଁରେ ଏବେ ଆରମ୍ଭ ହୋଇଛି ‘ବେଟି ବଚାଓ ଓ ବେଟି ପଢାଓ’ । ଏପରିକି ନିଜର ଦୁଇ ମାସର ଦରମା ଲୋକଙ୍କୁ ଦେଇଛନ୍ତି । ଯାହାକୁ ସେ ‘ସରପଂଚ ସମ୍ମାନ’ ବୋଲି ଆଖ୍ୟା ଦେଇଛନ୍ତି । ତାଙ୍କର ମତ ଦେଶରେ ଲକ୍ଷ ଲକ୍ଷ ଯୋଜନା ରହିଛି । କିନ୍ତୁ ଅଶିକ୍ଷିତ,ଦୁର୍ନୀତି ଓ ସଚେତନତା ଅଭାବରୁ ଲୋକେ ସଫଳତା ପାଉନାହାନ୍ତି । ତେଣୁ ସେ ବିଶ୍ୱାସ କରନ୍ତି ଯେ ସରପଂଚ ଶିକ୍ଷିତ ହେଲେ ଗାଁରେ ପରିବର୍ତନ ଆସିବ ।

ସୌଜନ୍ୟ: ଅମରଉଜାଲା