‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର ରିଲିଜ୍ : ହୃଦୟକୁ ଛୁଇଁଯିବ ୮ ବର୍ଷର ଶିଶୁର କାହାଣୀ

149

ପରଦାକୁ ଆସିଲା ଅପକମିଂ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ ଟ୍ରେଲର । ୨ ମିନିଟ ୩୦ ସେକେଣ୍ଡ ଭିଡ଼ିଓରେ ୮ ବର୍ଷର ପୁଅର କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଯାହାର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ଫିଲ୍ମର କାହାଣୀ ହେଉଛି ଜଣେ ୮ ବର୍ଷର ପୁଅ କନୁ ନିଜ ମା’ ସହ ମୁମ୍ବାଇର ବସ୍ତିରେ ରହୁଥିବ । ଖୋଲାରେ ଶୌଚ ପାଇଁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବ କନୁର ମାଆ । ଯାହା ପରେ କନୁ ମାଆ ପାଇଁ ଶୌଚାଳୟ ତିଆରି କରିବାକୁ ପ୍ରଧାନନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିବ । ଚିଠିରେ କନୁ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛି ଯଦି ଆପଣଙ୍କ ମା’ ସହିତ ଏପରି ହୋଇଥାନ୍ତା ଆପଣଙ୍କୁ କିପରି ଲାଗିଥାନ୍ତା । ଟ୍ରେଲରେ କମେଡ଼ି ସିନ ମଧ୍ୟ ସ୍ଥାନ ପାଇଛି । ରାକେଶ ଓମପ୍ରକାଶ ମେହେରା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ୧୫ ମାର୍ଚ୍ଚରେ ପରଦାକୁ ଆସିବ ଫିଲ୍ମ ।