ଅନାବିଳ ପ୍ରେମର ଉଦାହରଣ ! ରାଷ୍ଟ୍ରପତିଙ୍କ ଠାରୁ ଇଚ୍ଛାମୃତ୍ୟୁ ଭିକ୍ଷା କଲେ ଦମ୍ପତି

108

ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା । ପ୍ରେମ ଶାଶ୍ୱତ , ନିରନ୍ତନ । ପ୍ରେମ ଜୀବନକୁ କରେ ମଧୁର । ଏକ ନିଆରା ଅନୁଭୂତି ତିଆରି କରେ ପ୍ରେମ । ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା । ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା । ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ । ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ । ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ । ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ, ତାହାହିଁ ପ୍ରକୃତ ପ୍ରେମ ।

ଭଲ ପାଇବାରେ ଏକା ସଙ୍ଗେ ଜୀଇଁବା ଓ ଏକ ସଙ୍ଗେ ମରିବା ଏକ ସିନେମା ଗୀତ କିମ୍ବା କାହାଣୀ ପରି ଲାଗିବ ନିଶ୍ଚୟ । ବାସ୍ତବ ଜୀବନରେ ଏପରି ଡାଇଲଗ୍ ଶୁଣି ଯେକେହି ହସିବ ନିଶ୍ଚିତ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ପ୍ରକୃତ ଜୀବନରେ ଏପରି ଦମ୍ପତି ଅଛନ୍ତି, ଯିଏ ଏକ ସଙ୍ଗେ ଜୀଇଁବା ସହ ଏକ ସଙ୍ଗେ ମରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ସଙ୍ଗେ ମରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଆମେ କହୁଥିବା ଦମ୍ପତି ରହୁଛନ୍ତି ମୁମ୍ବାଇରେ । ଇରାବତୀଙ୍କ ବୟସ ୭୮ ବର୍ଷ । ସେ ଜଣେ ଅବସରପ୍ରାପ୍ତ ସ୍କୁଲ ପ୍ରିନସିପାଲ । ଅନ୍ୟପଟେ ତାଙ୍କ ସ୍ୱାମୀ ନାରାୟଣ ଲବାତେ (୮୭ ବର୍ଷ) ଜଣେ ଅବସରପ୍ରାପ୍ତ ପରବହନ ବିଭାଗର ଅଧିକାରୀ । ଉଭୟ ମିଶି ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇଚ୍ଛା ମୃତ୍ୟୁ ଭିକ୍ଷା କରିଛନ୍ତି । ଦମ୍ପପତିଙ୍କ ମଧ୍ୟରୁ ଜଣେ ମରିଗଲେ ଆଉ ଜଣେ ଏକା ହୋଇଯିବ ବୋଲି ସୋମନେ ଏପରି ନିଷ୍ପତି ନେଇଛନ୍ତି । ଏହା ବ୍ୟତୀତ ସେମାନେ ଏବେ ଜୀବନ ଠାରୁ ଥିକ ସାରିଛନ୍ତି, ତେଣୁ ଇଚ୍ଛା ମୃତ୍ୟୁ ଭିକ୍ଷାର କରିଛନ୍ତି । ୨୦୧୭ରେ ଉଭୟ ଇଚ୍ଛା ମୃଉ୍ୟ ପାଇଁ ଆବଦେନ କରିଥିଲେ ।

କ’ଣ ଏହି ଇଚ୍ଛା ମୃତ୍ୟୁ ?
ଇଚ୍ଛା ମୃତ୍ୟୁର ଅର୍ଥ ହେଲା ନିଜ ଇଚ୍ଛାରେ ସରକାରଙ୍କ ଠାରୁ ଆବେଦନ କରାଯାଏ । ଡାକ୍ତରୀ ବିଜ୍ଞାନରେ ଇଚ୍ଚା ମୃତ୍ୟର ଅର୍ଥ ଅନ୍ୟ କାହା ସାହଯ୍ୟରେ ଆତ୍ମହତ୍ୟା ଓ ସହଜ ମୃତ୍ୟୁ ତଥାବିନା କଷ୍ଟରେ ମରିବା । ଭାରତରେ ଇଚ୍ଛାମୃତ୍ୟୁକୁ ଅସାମ୍ବିଧାନିକ କୁହାଯାଏ ।