ଭିତରକନିକାରେ ମୂର୍ତ୍ତି ଚୋରି ଅଭିଯୋଗ । ଜାତୀୟ ଉଦ୍ୟାନରେ ଥିବା ପୁରୁଣା ମନ୍ଦିରରୁ ମୂର୍ତ୍ତି ଗାଏବ । କନିକା ରାଜା ଥାନାରେ ଦେଲେ ଏତଲା

41

କନକ ବ୍ୟୁରୋ: ଭିତରକନିକାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଏହି ଅଭୟାରଣ୍ୟରୁ ପୁରୁଣା ମନ୍ଦିରରୁ ମୂର୍ତିଚୋରି ହୋଇଯାଇଛି । ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ରାଜ ରାଜୁଡା ଅମଳର ପ୍ରାଚୀନ ମନ୍ଦିରରେ ଶିବ ଓ ମା ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଭିତରକନିକାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଏଠାରେ ପୂଜାରେ କଟକଣା ଜାରି କରାଯାଇଥିଲା । ମାତ୍ର ଚଳିତବର୍ଷ ଏହି ମନ୍ଦିରରୁ ଦୁର୍ଗାଙ୍କ ମୂର୍ତ୍ତି ଚୋରି ହୋଇଯାଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି ।

ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶ କରିବା ପାଇଁ ପରିଚୟପତ୍ର ଦାଖଲ କରିବାକୁ ପଡିଥାଏ । କିନ୍ତୁ ଏଠାରୁ କିଭଳି ମୂର୍ତି ଚୋରି ହେଲା ତାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଦିନ ତଳେ ଭିତରକନିକାରେ ଜନ୍ମ ନେଇଥିବା ବିରଳ ଗୋରୀ କୁମ୍ଭୀର ଗାଏବ ହୋଇଯାଇଥିଲା । ବର୍ତମାନ ମୂର୍ତ୍ତି ଚୋରି ଘଟଣା ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତର ମିଳିପାରିନାହିଁ ।