ଗୁପ୍ତ ଦାନ ପ୍ରଲୋଭନରେ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ଲୁଟ୍ ! ମୋଟା ଅଙ୍କର ଦକ୍ଷିଣା ଦେଇ ନିରୋଳା ଯାଗାକୁ ନେଇଯାଇ ମୁଦି ଓ ଚେନ ଲୁଟି ନେଲେ ନକଲି ଭକ୍ତ

48

କନକ ବ୍ୟୁରୋ: ଗୁପ୍ତ ଦାନ ପ୍ରଲୋଭନରେ ଲୁଟର ଶୀକାର ହୋଇଛନ୍ତି ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ । ସେବାୟତ ଅଶୋକ ମହାପାତ୍ରଙ୍କୁ ଜଣେ ଅଣ ଓଡିଆ ଯୁବକ ମନ୍ଦିରରେ ଥିବା ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରିବାକୁ କହିଥିଲେ ।

ତେବେ ସେବାୟତ ତାଙ୍କୁ ଦର୍ଶନ କରାଇବା ପରେ ଯୁବକ ଜଣକ କିଛି ମୋଟା ଆକାରରେ ଦକ୍ଷିଣା ଦେଇ ନିରୋଳା ଜାଗାରେ ଗୁପ୍ତଦାନ ଦେବାକୁ ଡାକିନେଇ ଥିଲେ ।

ତେବେ ଯୁବକ ଜଣକ ଗୁପ୍ତଦାନ ଦେବା ପ୍ରଲୋଭନ ଦେଖାଇ ଚଚଂକତା କରି ଉକ୍ତ ସେବାୟତଙ୍କ ଠାରୁ ଗୋଟିଏ ସୁନା ମୁଦି ଏବଂ ଚେନ ଲୁଟି ପଳାଇଥିଲେ । ତେବେ ଏସବୁ ଘଟଣା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ପୋଲିସ ଲୁଟେରାର କୌଣସି ଟେର ପାଇନାହିଁ ।