ଆନ୍ଦୋଳନ ପାଇଁ ସଜବାଜ ହେଉଛି ବ୍ୟବସାୟୀ ମହାସଂଘ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ୫ ଦଫା ଦାବି ନେଇ ଓଡିଶା ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ । ଆସନ୍ତା ୧ ତାରିଖରେ ଓଡିଶାର ୧୯୪ଟି ବ୍ୟବସାୟୀ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏକ ଅଧିବେଶନ ବସୁଛି । ମୁଖ୍ୟତଃ ୫ ପ୍ରତିଶତ ଭାଟ ପ୍ରତ୍ୟାହାର, କଂଟ୍ରୋଲ ଅର୍ଡର ସିକ୍ୟୁରିଟି ଓ ରେଜିଷ୍ଟ୍ରେସନ ଫି ପ୍ରତ୍ୟାହାର ସହ ଲାଇସେନ୍ସ ଫି ୫ଶହ ଟଙ୍କା କରିବାକୁ ଦାବି ରଖିଛି ସଂଘ । ଏଥିପାଇଁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ବିଧାନସଭା ବଜେଟ ଅଧିବେଶନରେ ସରକାର ଏ ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି କହିଥିଲେ ମଧ୍ୟ ତାହା ଭୁଲିଗଲେ । ମୁଖ୍ୟ ଶାସନ ସଚିବ ଓ ଅର୍ଥମନ୍ତ୍ରୀ ଖାଉଟିଙ୍କ ଦାବି ଓ ସ୍ୱାର୍ଥକୁ ଭୁଲିଯାଇଥିବା ଅଭିଯୋଗ କରି  ଆନ୍ଦୋଳନ ପାଇଁ ସଜବାଜ ହେଉଛି ବ୍ୟବସାୟୀ ସଂଘ ।