ତଂଟି କାଟିଲା ଅଂଟିଛୁରି ! ଟଙ୍କା ପାଇଁ ସାଙ୍ଗର ମାଆଙ୍କୁ ତଂଟି ଚିପି ହତ୍ୟା କଲା ଯୁବକ

29

କନକ ବ୍ୟୁରୋ: ଇଂଜିନିଂୟରିଂ ପାଠପଢ଼ି, ଚାକିରିବାକିରି ନପାଇ, ଆର୍ଥିକ ଆବଶ୍ୟକତା ପୁରଣ କରିବାକୁ ଜଣେ ଯୁବକ କେଉଁ ସ୍ତରକୁ ଯାଇପାରେ ତାର ଏକ ଅମାନୁସିକ ଘଟଣା ସାମ୍ନାକୁ ଆସିଛି । ଆଲମାରୀରୁ ଟଙ୍କା ଚୋରି କରୁଥିବା ବେଳେ ଧରାପଡ଼ି ଯିବାରୁ, ନିଜର ସାଙ୍ଗର ମାଆଙ୍କୁ ତଂଟି ଚିପି ହତ୍ୟା କରିଥିଲା ଯୁବକ ଜଣକ । ଆଉ ଘଟଣା ସ୍ଥଳରେ ଛାଡ଼ି ଯାଇଥିବା ଲକେଟ୍ ଯାହାକି ଅଭିଯୁକ୍ତ ପାଖରେ ପହଂଚିବାକୁ ପୁଲିସ୍ ପାଇଁ ସୁରାକ୍ ଯୋଗାଇଥିଲା ।

ସହଜରେ ଧୋକା ଖାଇଗଲା ଭଳି ଚେହେରା । ବେଶ ନୀରିହ ଦେଖାଯାଉଥିବା ଏହି ଚେହେରା ପଛରେ ଲୁଚି ରହିଛି ଜଣେ ହତ୍ୟାକାରୀ । ବିଶ୍ୱାସ ନହେଲେ ବି ସତ । କେଇ ଟଙ୍କା ପାଇଁ ଅତି ବିଭତ୍ସ ଭାବେ ସାଙ୍ଗର ମାଆଙ୍କୁ ହତ୍ୟା କରିଛି ଏହି ଯୁବକ । ସ୍ୱାମୀ ଓ ପୁଅଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ତଂଟି ଚିପି ହତ୍ୟା କରିଥିବା ଏହି ଯୁବକକୁ କାବୁ କରିଛି ପୋଲିସ ।

ସବୁଠାରୁ ବଡକଥା ହେଉଛି ଏହି ପରିବାର ସହ ସଂପୃକ୍ତ ଯୁବକର ପ୍ରାୟ ୧୦ ବର୍ଷର ସଂପର୍କ । ମୃତ ମହିଳାଙ୍କ ପୁଅ ସହ ଅଭିଯୁକ୍ତର ଥିଲା ଘନିଷ୍ଠତା । ଆଉ ଘଟଣା ଦିନ ପୁଅ ଓ ସ୍ୱାମୀ ଭୁବନେଶ୍ୱର ଯାଇଥିବା ଜାଣି ଘରେ ପହଂଚିଯାଇଥିଲା । ଆଲମାରୀରେ ଥିବା ନଗଦ ଟଙ୍କା ଉପରେ ହାତ ବୁଲାଇବା ସମୟରେ ମହିଳାଙ୍କ ନଜରରେ ପଡିଯାଇଥିଲା । ଏଥିରେ ମହିଳା ବାଧା ଦେବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ତଂଟି ଚିପି ହତ୍ୟା କରିଥିଲା । ହେଲେ ଘଟଣାସ୍ଥଳରେ ପଡିଯାଇଥିଲା ଅଭିଯୁକ୍ତର ଏକ ଲକେଟ । ଯାହାକୁ ଆଧାର କରି ହତ୍ୟାକାରୀ ପାଖରେ ପହଂଚି ପାରିଥିଲା ପୋଲିସ ।