ସମ୍ବଲପୁର ମେଡିକାଲରେ ରୋଗୀଙ୍କୁ ଅଜଣା ଯୁବତୀ ଇଞ୍ଜେକସନ ଦେବା ଘଟଣା ! ଡ୍ୟୁଟିରେ ଥିବା ନର୍ସ ଓ ସିକ୍ୟୁରିଟି ଗାର୍ଡ ବହିଷ୍କୃତ, ଯୁବତୀ ଗିରଫ

183

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସମ୍ବଲପୁର ସଦର ମେଡିକାଲ । ଛୁଆ ଚୋରି ଘଟଣା ଚର୍ଚ୍ଚାରେ ଥିବା ଡାକ୍ତରଖାନାରେ ରୋଗୀଙ୍କୁ ଇଂଜେକ୍ସନ ଦେଲେ ଅଜଣା ଯୁବତୀ । ଜଣେ ଅଜଣା ଯୁବତୀ ପୁରୁଷ ମେଡିସିନ୍ ୱର୍ଡକୁ ଯାଇ ରୋଗୀଙ୍କୁ ଇଞ୍ଜେକ୍ସନ୍ ଓ ସାଲାଇନ ଦେବା ଘଟଣ ସମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାକୁ ନେଇ ଡ୍ୟୁଟିରେ ଥିବା ନର୍ସକୁ ନିଳମ୍ବିତ କରାଯାଇଥବା ବେଳେ ସିକ୍ୟୁରିଟି ଗାର୍ଡକୁ ବହିଷ୍କର କରାଯାଇଛି । ଏପଟେ ସମ୍ପୃକ୍ତ ଯୁବତୀଙ୍କୁ ପୁଲିସ ଗିରଫ କରିଛି ।

ଶନିବାର ରାତିରେ ଏହି ଘଟଣା ଘଟିଥିଲା । ରାତି ପାଖାପାଖି ୧୨ ଟା ୪୫ ରୁ ୧ ଟା ୧୫ ଭିତରେ ଗୋଲାପି ରଙ୍ଗର ଶାଢ଼ି ଓ ସ୍ୱେଟ ରପିନ୍ଧିଥିବା ଜଣେ ଅଜଣା ଯୁବତୀ ମେଡିକାଲ୍ ପରିସରକୁ ପ୍ରବେଶ କରିଥିଲେ । ପ୍ରଥମେ ସହିତ ପୁରୁଷ ମେଡିସିନ ୱାର୍ଡକୁ ଯାଇ ସ୍ୱିକ୍ୟରିଟି ଗାର୍ଡ଼ ସହିତ ନର୍ସଙ୍କ ରୁମକୁ ଯାଇଥିଲେ । ନର୍ସ ନଥିବା ବେଳେ ରୋଗୀମାନଙ୍କୁ ସାଲାଇନ ଓ ଇଞ୍ଜେକ୍ସନ ଦେଇଥିଲେ । ତେବେ ସନ୍ଦେହ ହେବାରୁ ରୋଗୀ ମାନେ ପାଟି ତୁଣ୍ଡ କରିଥିଲେ ।

ଘଟଣାର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । ଯୁବତୀ ଜଣକ ହେଉଛନ୍ତି ସମ୍ବଲପୁରର ଲିଲି ଜାଲ । ଗତ ଶନିବାର ରାତି ଗୋଟାଏରେ ଲିଲି ସଦର ମେଡିକାଲ ମେଡିସିନ ୱାର୍ଡରେ ପଶି ୫ ଜଣଙ୍କୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି । ପୋଲିସର ପ୍ରାଥମିକ ରିପୋର୍ଟ ଅନୁସାରେ, ଯୁବତୀଜଣକ ମାନସିକ ବିକୃତି ଥିଲା । ଘରେ ଗଣ୍ଡଗୋଳ କରି ଆସିବା ପରେ ସେ ଏଭଳି କାଣ୍ଡ କରିଥିବା ଜଣାଯାଇଛି ।