ଓଡଗାଁ ଥାନା ଅଂଚଳରେ ମାନସିକ ବିକୃତ ଯୁବକ ଆକ୍ରମଣରେ ଦୁଇ ମୃତ ! ସ୍ଥାନୀୟ ଅଂଚଳରେ ପୋଡ଼ାଜଳା,ପ୍ରତିବାଦରେ ରାସ୍ତାରୋକ

130

କନକ ବ୍ୟୁରୋ : ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ । ପାଗଳ ଯୁବକର ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଅଂଚଳରେ । ମାନସିକ ବିକୃତ ଯୁବକ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ପରେ ପୁଲିସ ତାକୁ ଧରିବାକୁ ଯାଇଥିଲା । ହେଲେ ପାଗଳ ଯୁବକର ଆକ୍ରମଣରେ ଓଡଗାଁ ଥାନା ଆଇଆଇସି ସମେତ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବହୁ କଷ୍ଟରେ ପୁଲିସ ତାକୁ କାବୁ କରିପାରିଛି । ହେଲେ ମାନସିକ ବିକୃତ ଯୁବକକୁ ଧରିବାକୁ ପୁଲିସ ନାକେଦମ ହୋଇଥିବା ସୂଚନା ମିଳିଛି । ୨ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଖେଳିଯାଇଛି । ଲୋକେ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ।

Comments are closed.