ନିର୍ଦ୍ଦେଶକଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ : ଅଡିଓ ରିଲିଜ୍ ବେଳେ କଲେ ହଙ୍ଗାମା

କହିଲେ ସୁଟିଂ ସେଟରେ ଦିଆଯାଇଛି ନିର୍ଯାତନା

303

କନକ ବ୍ୟୁରୋ : ଓଲିଉଡରେ ନିର୍ଯାତନା ଅଭିଯୋଗ । ଏକ ହୋଟେଲରେ ଅଡିଓ ରିଲିଜ ବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି । ଜଣେ ନିର୍ଦ୍ଦେଶକ ମାନସିକ ନିର୍ଯାତନା ଦେଉଥିବା ନେଇ ନାୟିକା ଜଣକ ଅଭିଯୋଗ ଆଣିଛନ୍ତି । ଗତକାଲି ଭୁବନେଶ୍ୱରରେ ଏକ ହୋଟେଲରେ ଏଭଳି ଘଟଣା ଘଟିବା ପରେ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହୋଟେଲରେ ନାୟିକା ଓ ନିର୍ଦ୍ଦେଶକ ମୁହାଁମୁହିଁ ହୋଇଛନ୍ତି । ଏପରିକି ଘଟଣା ହାତାହାତି ଯାଏଁ ଯାଇଛି ।

ହୋଟେଲରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଛି । ଫିଲ୍ମରେ ଦୁଇଜଣ ନାୟିକା ଅଛନ୍ତି । ସଂପୃକ୍ତ ନାୟିକା ଅଭିଯୋଗ ଆଣିଛନ୍ତି ଯେ, ଫିଲ୍ମରେ ତାଙ୍କର ଦୃଶ୍ୟ କଟାଯାଇଛି ଓ ନିର୍ଦ୍ଦେଶକ ତାଙ୍କୁ ନିର୍ଯାତନା ଦେଇଛନ୍ତି । ଫିଲ୍ମର ଅଡିଓ ରିଲିଜ ଚାଲିଥିବା ବେଳେ ନିର୍ଦ୍ଦେଶକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାୟିକା । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି ।