ମନ ଜିଣିଲେ ମେନକା : କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱରରେ କୁକୁର ମୁହଁରୁ ବାହାରିଲା ପ୍ଲାଷ୍ଟିକ ଜାର୍

34

କନକ ବ୍ୟୁରୋ :  କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଜାର୍ । ମାସେ ଧରି ବନ୍ଦ ଜାର୍ ଭିତରେ ଛଟପଟ ହେଲା କୁକୁର । ତେବେ ଭଲ ଖବର ହେଉଛି ବର୍ତ୍ତମାନ କୁକୁର ମୁଣ୍ଡରୁ ଜାର୍ ବାହାର କରାଯାଇଛି । ଆଉ ଏହା ପଛରେ ରହିଛି କେନ୍ଦ୍ରମନ୍ତ୍ରୀ ତଥା ପଶୁପ୍ରେମୀ ମେନକା ଗାନ୍ଧିଙ୍କ ଉଦ୍ୟମ ।

ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିଲା ଭୁବନେଶ୍ୱର କଳିଙ୍ଗ ନଗର ଅଂଚଳର ଏହି ଦୃଶ୍ୟ । ପରେ ଏହି ଘଟଣା ଆସିଥିଲା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ନଜରକୁ । ସଙ୍ଗେ ସଙ୍ଗେ କୁକୁର ମୁଣ୍ଡରୁ ପ୍ଲାଷ୍ଟିକ ଜାର୍ ବାହାର କରିବାକୁ ଉଦ୍ୟମ କରିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ମାସେ ହେଲା ଧରାଦେଉନଥିଲା କୁକୁରଟି । ଶେଷରେ ଏକ ପରିତ୍ୟକ୍ତ ଘରୁ କୁକୁରକୁ ଧରାଯାଇ ତା ମୁଣ୍ଡରୁ ପ୍ଲାଷ୍ଟିକ ଜାରକୁ ବାହାର କରାଯାଇଛି ।

ଏପଟେ ଆଜି ସମାନ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ପଟିଆ ଅଂଚଳରେ । ଏକ ବୁଲା କୁକୁର ମୁଣ୍ଡରେ ଫଶିଯାଇଥିଲା ପ୍ଲାଷ୍ଟିକ ଜାର୍ । ପରେ ପିପୁଲ ଫର୍ ଆନିମଲ୍ସର ସଦସ୍ୟ କୁକୁର ମୁଣ୍ଡରୁ ଜାର୍ ବାହାର କରିଛନ୍ତି ।