ନବୀନଙ୍କୁ ଭେଟିଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି ! ଓଡିଶାରେ ଅପପୃଷ୍ଟି ନିରାକରଣ ନେଇ ଆଲୋଚନା

36

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି । ଓଡିଶା ଭବନରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିବା ବେଳେ ଅପପୃଷ୍ଟି ନିରାକରଣ ନେଇ ଆଲୋଚନା ହୋଇଛି । ଅପପୃଷ୍ଟି ନିରାକରଣ ଉପରେ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେନେଇ ଆଲୋଚନା କରାଯାଇଛି ।

ତେବେ ମେନକାଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ଦାବି କରାଯାଇଛି । ଏହାସହ ଅଙ୍ଗନୱାଡି ୱାର୍କର ଓ ହେଲପରଙ୍କ ଭତ୍ତା ବୃଦ୍ଧି ପାଇଁ ଦାବି କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।