ଏମିତି ଏକ ଗାଁ ଯେଉଁଠି ପୁରୁଷଙ୍କ ପ୍ରବେଶରେ ଲାଗିଛି ପ୍ରତିବନ୍ଧକ : ଏଠି ଚାଲେ କେବଳ ମହିଳାଙ୍କ ରାଜ୍, ଜାଣନ୍ତୁ ଏହାର କାରଣ

50

ଏମିତି ଏକ ଗାଁ ଯେଉଁଠି ମହିଳାଙ୍କ ବିବାହ ହୋଇପାରୁନି କାହିଁକିନା ସେଇଠି ପୁରୁଷ ନାହାଁନ୍ତି । ସେଠାକାର ମହିଳା ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାଁନ୍ତି । ଏମିତିରେ ଅନ୍ୟ ଏକ ଗାଁ ଅଛି, ଯେଉଁଠି ପୁରୁଷଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି ଏବଂ ସେଇଠି କେବଳ ମହିଳା ହିଁ ରହନ୍ତି ।

କେନ୍ୟାର ରାଜଧାନୀ ନାଏରୋବି ପାଖରେ ଏକ ଗାଁ ଅଛି ଉମୋଜା । ସେଇଠି କୈାଣସି ବି ପୁରୁଷ ପ୍ରବେଶ କରିପାରିବେନି । ତାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଏଠି କେବଳ ମହିଳା ହିଁ ରହନ୍ତି । ଏଠି କେହି ବି ମହିଳା ଯିବା-ଆସିବା କରିପାରିବେ, ବସିବା-ଉଠିବା କରିପାରିବେ, ଏଠି ରହୁଥିବା ମହିଳା ପୁରୁଷଙ୍କୁ ଡେଟ୍ ବି କରିପାରିବେ, ଶାରୀରିକ ସଂପର୍କ ବି ରଖିପାରିବେ ଏବଂ ବିବାହ ବି କରିପାରିବେ କିନ୍ତୁ ପୁରୁଷମାନେ ଗାଁକୁ ଆସିପାରିବେନି ।

୧୯୯୦ ମସିହାରେ ରେବେକା ଲୋଲୋସୋଲି ନାମକ ଏକ ମହିଳା ୧୫ଜଣ ମହିଳାଙ୍କ ସହିତ ଏହି ଗାଁ ସ୍ଥାପନ କରିଥିଲେ । ଏହି ଗାଁରେ କେବଳ ଏମିତି ମହିଳା ରହନ୍ତି, ଯେଉଁମାନେ ଘରୋଇ ହିଂସା ଏବଂ ଯୈାନ ଶୋଷଣର ଶିକାର ଅଛନ୍ତି । ଏହି ଗାଁର ଅଧିକାଂଶ ମହିଳା ବ୍ରିଟିଶ ସୈନିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଗାଁରେ ୧୬ ବର୍ଷରୁ ଆରମ୍ଭ କରି ୮୦ ବର୍ଷୀୟ ବୟସ ପର୍ଯ୍ୟନ୍ତ ମହିଳା ରହନ୍ତି । ପୁରୁଷମାନେ ଏହି ଗାଁରେ ରହିବା ପାଇଁ ଆସିଥିଲେ କିନ୍ତୁ କିଛି ମହିଳା ତାଙ୍କୁ ତଡିଦେଲେ । ଏବଂ କିଛି ଏହି ଗାଁରେ ଏଥିପାଇଁ ପ୍ରବେଶ କରିବାକୁ ଚାହୁଁଛନ୍ତି କାହିଁକିନା ତାଙ୍କ ଘରର ମହିଳା ଭାଗି କି ଏହି ଗାଁକୁ ରହିବା ପାଇଁ ଆସିଛନ୍ତି । ଅଳଙ୍କାର ତିଆରି କରି ବିକ୍ରି କରିବା ଏହି ଗାଁର ମହିଳାଙ୍କ ମୁଖ୍ୟ ବ୍ୟବସାୟ । ଏହି ଗାଁରେ ଏକ ସ୍କୁଲ ବି ଖୋଲାଯାଇଛି ଯେଉଁଠି ଯେକୈାଣସି ପିଲା ଆସି କି ପାଠ ପଢ଼ିପାରିବେ । ଏହା ବ୍ୟତୀତ ଆଖପାଖ ଗାଁର ପିଲାମାନେ ମଧ୍ୟ ଆସି କି ପଢ଼ିପାରିବେ ।