ଇଂଲଣ୍ଡ ବିପକ୍ଷରେ ମ୍ୟାଚରେ ବଦଳିବ ଭାରତୀୟ ଟିମର ଜର୍ସି । ନୀଳ ପରିବର୍ତ୍ତେ ପିନ୍ଧିବେ କମଳା ରଙ୍ଗର ପୋଷାକ

1,802

କନକ ବ୍ୟୁରୋ: ଜୁନ ୩୦ ତାରିଖରେ ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ବିଶ୍ୱକପରେ ଭାରତୀୟ ଖେଳାଳି କମଳା ରଙ୍ଗର ଜର୍ସି ପିନ୍ଧିବେ । ବିଶ୍ୱକପରେ ଭାରତ ନୀଳ ଜର୍ସିରେ ଖେଳୁଛି । କିନ୍ତୁ ଇଂଲଣ୍ଡ ବିରୋଧରେ ମ୍ୟାଚବେଳେ ଏକ ଅଲଗା ଜର୍ସି ପିନ୍ଧିବେ ଟିମ ଇଣ୍ଡିଆ ଖେଳାଳି ।

ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ନୀଳ ଜର୍ସି ପିନ୍ଧି ମ୍ୟାଚ ଖେଳୁଛି । ଆଉ ଏହି ମ୍ୟାଚରେ ସେ ଏହି ରଙ୍ଗ ସହ ଖେଳିବାର ଅଧିକାର ବି ପାଇଛି । ଜାତୀୟ ଗଣମାଧ୍ୟମର ଚର୍ଚା ଅନୁସାରେ, ଦୁଇ ଦଳ ଗୋଟିଏ ରଙ୍ଗର ଜର୍ସି ପିନ୍ଧି ଖେଳୁଥିବାରୁ ଭାରତର ଜର୍ସିକୁ ବଦଳାଇବା ପାଇଁ ନିଷ୍ପତି ନିଆଯାଇଛି । ଆୟୋଜକ ଦଳ ବ୍ୟତୀତ ବିଶ୍ୱକପରେ ଭାଗ ନେଇଥିବା ସମସ୍ତ ଦଳକୁ ଦୁଇଟି ରଙ୍ଗର ଜର୍ସିକୁ ଚୟନ କରିବାକୁ କୁହାଯାଇଥିଲା ।