ବିଶ୍ୱ ଐତିହ୍ୟସ୍ଥଳୀ ହାମ୍ପିରେ ଭଙ୍ଗାରୁଜା କଲେ ଦୁର୍ବୃତ୍ତ, ଭିଡିଓ ହେଲା ଭାଇରାଲ

89

ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କର୍ଣ୍ଣାଟକରେ ଥିବା ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ହାମ୍ପି ସ୍ମାରକୀର କଳାକୃତିକୁ କିଛି ଲୋକ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ହାତରେ ପେଲି ଏକ ଖମ୍ବକୁ ପକାଇ ଦେଉଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଛି। ଭିଡିଓଟିକୁ ସୋସିଆଲ୍ ମିଡିଆରେ ଦେଖିବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଭିଡିଓଟି ଭାଇରାଲ୍ ହେବା ପରେ ସ୍ଥାନୀୟ ଲୋକେ ବିଶ୍ୱ ପ୍ରସିଦ୍ଧ ସ୍ମାରକୀ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାର ଦାବି କରିଛନ୍ତି।

 

ଏହି ଘଟଣା ଘଟିବା ପରେ କର୍ଣ୍ଣାଟକ ପୁଲିସ୍ ଐତିହ୍ୟସ୍ଥଳୀରେ ପଇଁତରା ମାରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଖୋଜା ଯାଇ ଗିରଫ କରାଯିବ ବୋଲି ମତ ରଖିଛି । ଏହି ଘଟଣାରେ ପ୍ରାୟ ୪-୫ ଜଣ ସଂପୃକ୍ତ ଥିବା ଦେଖିବାକୁ ମିଳିଛି। ସେମାନେ ସମସ୍ତଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଏବେ ତଦନ୍ତ ଜୋର୍ ଧରିଛି।