ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଫେସପ୍ୟାକ୍ ! ଚେହେରାରେ ଆଣିବ କୋମଳତା

73

ପୁୁରୁଷ ଓ ମହିଳାଙ୍କ ତ୍ୱଚା ବହୁତ ଭିନ୍ନ ଥାଏ । ଏଥିପାଇଁ ଉଭୟଙ୍କ ତ୍ୱଚାରେ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଉପଚାର ରହିଛି । ପୁରୁଷଙ୍କ ତ୍ୱଚା ମହିଳାଙ୍କ ଅପେକ୍ଷା ଟିକିଏ ଅଧିକ ଶକ୍ତ । ଅନ୍ୟପଟେ ବେଳେ ମହିଳାଙ୍କ ତ୍ୱଚା କୋମଳ ହୋଇଥାଏ । ଶୀତ ଦିନେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ ସମସ୍ୟା । ଏହା କେବଳ ମହିଳାଙ୍କଠାରେ ନୁହେଁ ପୁରୁଷଙ୍କଠାରେ ମଧ୍ୟ ଦେଖିବାକୁ ମିଳେ । ଏଥିପାଇଁ ପୁରୁଷମାନେ ରୁକ୍ଷତା ଦୂର କରିବା ପାଇଁ ଖାସ୍ ଫେସପ୍ୟାକ ତିଆରି କରି ବ୍ୟବହାର କରିବା ଉଚିତ । କିଛି ଘରୋଇ ଉପାୟରେ ଏହି ଫେସପ୍ୟାକ ତିଆରି କରାଯାଇପାରିବ । ଏହାକୁ ସ୍ୱଳ୍ପ ଖର୍ଚ୍ଚରେ ତିଆରି କରାଯାଇପାରିବ । ଆସନ୍ତୁ ଜାଣିବା ଫେସପ୍ୟାକ ତିଆରି କରିବା ପାଇଁ କେତେକ ଉପାୟ-

ଅମୃତଭଣ୍ଡାର ବ୍ୟବହାର – ଅମୃତଭଣ୍ଡାକୁ ତ୍ୱଚା ପାଇଁ ଅଧିକ ଲାଭକାରୀ । ଏଥିରେ ଏକ ଚାମଚ ଲେମ୍ବୁ ଓ ଏକ ଚାମଚ କ୍ଷୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହି ପ୍ୟାକକୁ ମୁଁହରେ ଲଗାନ୍ତୁ । ୧୦ ମିନିଟ ପଇଁ ପ୍ୟାକକୁ ଶୁଖିବାକୁ ଛାଡିଦିଅନ୍ତୁ । ଏହାକୁ ଲଗାଇବା ଦ୍ୱାରା ଚେହେରାରୁ ମୃତ କୋଷ ବାହାରି ଯାଇଥାଏ ଓ ତ୍ୱଚାରେ ଚମକ ଆସିଥାଏ । ଏହାକୁ ସପ୍ତାହରେ ୩ଥର ବ୍ୟବହାର କରନ୍ତୁ ।

ମୁଲତାନୀ ମାଟି – ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁଁହରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ପାଣିରେ ମୁଁହକୁ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଚେହେରାରେ ଚମକ ଆସିବା ସହିତ ତ୍ୱଚା କୋମଳ ହୋଇଥାଏ ।

କଦଳୀର ଫେସପ୍ୟାକ – ପୁରୁଷମାନେ ଯଦି ଚେହେରାରୁ ଦାଗ ଓ ବ୍ରଣ ଦୂର କରିବାକୁ ଚାହାଁନ୍ତି ତେବେ କଦଳୀର ଫେସପ୍ୟାକ ସବୁଠାରୁ ଉପଯୋଗୀ । ଏଥିପାଇଁ କଦଳୀ ସହିତ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁଁହରେ ଲଗାଇ ଶୁଖିବାପରେ ମୁଁହକୁ ପାଣିରେ ଧୋଇଦିଅନ୍ତୁ ।