ଗାନ୍ଧିଜୀ ଓ ଓଡିଶା ! ଫଟୋ ଫଟୋରେ ସ୍ମୃତିଚାରଣ

102

କନକ ବ୍ୟୁରୋ : ମହାତ୍ମା ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସୂଚନା ଭବନରେ ଆୟୋଜିତ ହୋଇଛି ଗାନ୍ଧିଜୀ ଓ ଓଡ଼ିଶା ଶୀଷର୍କ ଫଟୋ ପ୍ରଦର୍ଶନୀ ।

ସଂସ୍କୃତି ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ, କଟକ କାଠଯୋଡ଼ିରେ ସଭା ଭଳି ଅନେକ ଦୁର୍ଲଭ ଫଟୋ ସ୍ଥାନ ପାଇଛି । ଗାନ୍ଧିଜୀ ଓଡିଶାକୁ ୭ଥର ଆସିଥିଲେ ।

ପ୍ରଥମ ଥର ପାଇଁ ସେ ୧୯୨୧ ମସିହାରେ ଓଡିଶା ଆସିଥିଲେ । ଏହି ସମୟରେ ମାର୍ଚ୍ଚ ୨୩ରେ କାଠଯୋଡି ପଠାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସରକାରଙ୍କୁ ସହାୟତା କରିବାର ଫଳ ଜାଲିଆନାୱାଗ ହତ୍ୟାକାଣ୍ଡ ବୋଲି କ୍ଷୋଭ ପ୍ରକାଶ କରିଥିଲେ ।

୧୯୩୮ ମାର୍ଚ୍ଚ ୨୫ରେ ପତ୍ନୀ କସ୍ତୁରବା, ଦୁର୍ଗା ବେନ, ମୌଲାନା ଆଜାଦ୍, ରାଜେନ୍ଦ୍ର ପ୍ରସାଦ ଆଦି ବଡ ବଡ ନେତାଙ୍କ ସହ ଓଡିଶା ଆସିଥିଲେ । ଶେଷଥର ପାଇଁ ଓଡିଶାକୁ ଗାନ୍ଧିଜୀ ୧୯୪୬ ମସିହାରେ ଆସିଥିଲେ । ଗାନ୍ଧିଜୀ ଏକ ସଭାରେ ଯୋଗରେ ଦେବା ପାଇଁ ସାଇକେଲରେ ଯାଉଥିବାର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି । ମହାତ୍ମା ଗାନ୍ଧିଙ୍କ ସ୍ମୃତିରେ ଜୟଦେବ ଭବନରେ ଏକ ସଂଗୀତ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯାଇଥିଲା ।