ଭାରତରେ ଲଂଚ ହେଲା ଡୁଆଲ ଡିସପ୍ଲେଯୁକ୍ତ ସ୍ମାର୍ଟଫୋନ୍ ! ଜାଣନ୍ତୁ ଏହାର ମୂଲ୍ୟ ଓ କ’ଣ ରହିଛି ଫିଚର ?

26

ବର୍ତ୍ତମାନ ସମୟରେ ଡୁଆଲ ଡିସପ୍ଲେଯୁକ୍ତ ସ୍ମାର୍ଟଫୋନ୍ ଆରମ୍ଭ ହୋଇନାହିଁ । କିନତୁ ଗରସଚ୍ଛଙ୍କ ଭାରତରେ ଡୁଆଲ ଡିସପ୍ଳେଯୁକ୍ତ ସ୍ମାର୍ଟଫୋନ୍ ଉପସ୍ଥାପନ କରୁଛି । କମ୍ପାନୀ ଭାରତରେ ଏବେ ନିଜର ଫ୍ଲାଗସିପ୍ ଗରସଚ୍ଛଙ୍କ ଚକ୍ସକ୍ଟ ୭ କୁ ଦୁଇଟି ଡିସେପ୍ଲ ସହ ଉପସ୍ଥାପନ କରିଛି । ଆମାଜନକରୁ ଏହି ଫୋନକୁ କ୍ରୟ କରିହେବ । ସୂଚନା ଅନୁସାରେ ଫୋନରେ ଦୁଇଟି ଡିସପ୍ଲେ ରହିଛି । କମ୍ପାନୀ ଏହାକୁ ପ୍ରଥମ ଥର ପାଇଁ ୨୦୧୭ ନଭେମ୍ବର ଉପସ୍ଥାପନ କରିଥିଲା । ଏହି ଫୋନରେ ୫.୭ ଇଂଚର ଫୁଲ ଏଚଡ଼ି ଏମୋଲେଡ଼୍ ଫ୍ରଂଟ ଡିସେପ୍ଲ ଓ ପଛରେ ୧.୯ ଇଂଚର ଏମୋଲେଡ଼୍ ଡିସେପ୍ଲ ରହିଛି,ଯାହା ରିୟର କ୍ୟାମେରୋ ପଛରେ ରହିଛି । ପଛ ପାଖ ଡିସପ୍ଲେକୁ ନୋଟିଫିକେସନ ଓ ସେଲ୍ଫି କ୍ଲିକ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ଏହା ବ୍ୟତୀତ ଫୋନରେ ଆଉ ଅନେକ ଫିଚର ରହିଛି । ଏଥିରେ ମେଡ଼ିଆଟେକର ହେଲିଓ ଚ୨୫ ପ୍ରୋସସେର, ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଅଛି । ଯହାକୁ ମେମୋରେୀ କାର୍ଡ଼ ଜରିଆରେ ବୃଦ୍ଧି କରାଯାଇପାରିବ । ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ରହିଛି ଯେଉଁଠି ପ୍ରାଇମେରି କ୍ୟାମେରା ୧୨ ମେଗାପିକ୍ସେଲର ସୋନିର IMX386 ସେନସର ରହିଛି । ଅନ୍ୟପଟେ ସେକେଣ୍ଡାରୀ କ୍ୟାମେରାରେ ୧୨ ମେଗାପିକେଲର ମୋନେକ୍ରୋମ ସେନସର ରହିଛି । ଫ୍ରଂଟ କ୍ୟାମେରାରେ ୧୬ ମେଗାପିକ୍ସେଲ ସେନସର, କ୍ଲିକ ଚାର୍ଜିଂ ସପୋର୍ଟ ସହ ୩୦୦୦mAh ବ୍ୟାଟେରୀ, ଆଣ୍ଡ୍ରଏକଡ଼୍ ନୁଗଟ୍ ୭.୦, ୪ଜି ଭୋଲଟି ସପୋର୍ଟ ରହିଛି । ଏହାର ମୂଲ୍ୟ ରହିଛି ମାତ୍ର ୨୨,୯୯୯ ଟଙ୍କା ।