ମୁଖ୍ୟମନ୍ତ୍ରୀ କୁର୍ସିରେ ମେହବୁବା

73

ଏପର୍ଯ୍ୟନ୍ତ ଏଠି ଚାଲିଥିଲା ପୁରୁଷ ଶାସନ । ମୁଖ୍ୟମନ୍ତ୍ରୀ ପଦରେ କୌଣସି ମହିଳା ଏଠି ଶାସନ କ୍ଷମତାକୁ ଆସି ନଥିଲେ । ଏବେ କିନ୍ତୁ ଏଠି ଚାଲିବ ମହିଳା ଶାସନ । ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ଶାସନ ଭାର ନେବେ ଜଣେ ମହିଳା ମୁଖ୍ୟମନ୍ତ୍ରୀ । ମେହବୁବା ମୁଫତି ସୟିଦ୍ । ଜମ୍ମୁ କାଶ୍ମୀର ପରି ଏକ ସମ୍ବେଦନଶୀଳ ଅଂଚଳରେ ମହିଳା ଭାବେ ଶାସନ ଭାର ତୁଲାଇବା ଏକ ପ୍ରକାର କଷ୍ଟକର ବ୍ୟାପାର । ହେଲେ ମେହବୁବାଙ୍କର ଦୃଢ ଇଚ୍ଛାଶକ୍ତି ଆଗରେ ହୁଏତ ହାର ମାନିବ ଆତଙ୍କବାଦ । ଜମ୍ମୁ କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ମେହବୁବା ଶାସନ ଭାର ତୁଲାଇବେ ବୋଲି ମନରେ ଆଶ ପୋଷଣ କରିଛନ୍ତି । ସ୍ପେଶାଲ ରିବୋର୍ଟରେ ଦେଖିବା ମୁଖ୍ୟମନ୍ତ୍ରୀ କୁର୍ସିରେ ମେହବୁବା ।

Mehbooba Mufti

ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରେଟିକ ପାର୍ଟି ମୁଖ୍ୟ । ମେହବୁବା ମୁଫ୍ତି ସୟିଦ । ନେବେ ଜମ୍ମୁ କାଶ୍ମୀରର ଶାସନ ଭାର । ହେବେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ପିତାଙ୍କ ମୃତୁ୍ୟ ପରେ ଝିଅ ସମ୍ଭାଳିବେ ଶାସନ ଭାର । ପିତା ମୁଫ୍ତିି ମହମ୍ମଦ ସୟିଦଙ୍କର ମୃତୁ୍ୟ ଘଟିଲା ଚଳିତ ବର୍ଷ ଜାନୁୟାରୀ ମାସରେ । ଶାସନ ଗାଦିରେ ବସିଥିବା ସମୟରେ ହିଁ ମୁତୁ୍ୟ ହୋଇଥିଲା ସୟିଦଙ୍କର । ତା’ପରଠାରୁ ଏକ ପ୍ରକାର ଖାଲି ପଡିଥିଲା ମୁଖ୍ୟମନ୍ତ୍ରୀ ଆସନ । ସୃଷ୍ଟି ହୋଇଥିଲା ରାଜନୈତିକ ଅଚଳାବସ୍ଥା । ଏବେ କିନ୍ତୁ ଏଥିରେ ପଡିବ ପୁର୍ଣ୍ଣଛେଦ୍ । ପିଡିପି ସଭାପତି ମେହବୁବା ମୁଫ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସ୍ଥିିର ହୋଇ ଯାଇଛି । ମେହବୁବା ହେବ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ପିଡିପି ନେତା ଅମିତାଭ ମାଟ୍ଟୁ କହିଛନ୍ତି ଯେ ପିଡିପି ଓ ବିଜେପି ମଧ୍ୟରେ ଆଲୋଚନା ପରେ ମାର୍ଚ୍ଚ ୨୬ ତାରିଖରେ ଉଭୟ ଦଳ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ । ଏହାପରେ ମେହବୁବା ମୁଫତି ପିଡିପି ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଥିଲେ । ଯାହା ସ୍ପଷ୍ଟ କରିଥିଲା ମେହବୁବା ହେବେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୁର୍ବରୁ ମେହବୁବା ପରାମର୍ଶ ଲୋଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସହ । ମହିଳା ମୁଖ୍ୟମନ୍ତ୍ରୀ ଭାବେ ଏତେବଡ ଦାୟିତ୍ୱ ତୁଲାଇବାରେ ହୁଏତ କୌଣସି ଅସୁବିଧା ହେବନାହିଁ ମେହବୁବାଙ୍କୁ । କାରଣ ରାଜନିତୀ ବିଷୟରେ ମେହବୁବାଙ୍କ ପାଖେ ରହିଛି ବେଶ କିଛି ଅଭିଜ୍ଞତା । ୫୬ ବର୍ଷିୟ ମେହବୁବା ଆଗାମୀ ଦିନରେ ରାଜ୍ୟର ସୁଖଦୁଃଖରେ ଭାଗିଦାର ହେବେ ବୋଲି ଆଶା ରଖିଛନ୍ତି ଜମ୍ମୁ କାଶ୍ମୀରବାସୀ ।

ମେହବୁବା ମୁଫତି ମହମ୍ମଦ ସୟିଦ୍ । ଶିକ୍ଷା ସମାପ୍ତ କରି ଯୋଗଦେଲେ ରାଜନିତୀରେ । ପ୍ରଥମେ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ଟିକେଟ ପାଇ ନିର୍ବାଚନ ଲଢିଲେ । ପରେ ବନିଗଲେ ପିଡିପି ମୁଖ୍ୟ । ପିତାଙ୍କ ସହ ମିଶି ଶିଖିଲେ ରାଜନିତୀର ଅଡୁଆ ପାଠ । ତା’ପରେ ଆସିଲେ ରାଜନିତି ମଇଦାନକୁ । ୨୦୦୪ ରୁ ଆଜି ପର୍ଯ୍ୟନ୍ତ ରାଜନିତୀ କ୍ଷେତ୍ରରେ ଜଣେ ଦକ୍ଷ ରାଜନେତା ଭାବେ କାମ କରି ଚାଲିଛନ୍ତି ମେହବୁବା । ନିଜର ଉଦ୍ୟମ ବଳରେ ସେ ଏବେ ଶାସନ କରିବାକୁ ଯାଉଛନ୍ତି ଜମ୍ମୁ କଶ୍ମୀରବାସୀଙ୍କୁ ।

mehboobaଜନ୍ମ ୧୯୫୯ ମସିହା ମେ ୨୨ ତାରିଖ । କାଶ୍ମୀର ୟୁନିଭରସିଟିରୁ ହାସଲ କରିଛନ୍ତି ଆଇନରେ ସ୍ନାତକ ଡିଗ୍ରୀ । ପ୍ରଥମ କରି ୧୯୯୬ ମସିହାରେ ନଜର ଆସିଲେ ରାଜନିତୀ ମଇଦାନରେ । ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସରୁ ଟିକେଟ ପାଇ ନିର୍ବାଚିତ ହେଲେ ବିଜ୍ବେହାରା ଆସନରୁ । ଏବେ କିନ୍ତୁ ପାଲଟି ଗଲେ ଜମ୍ମୁ କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ମେହବୁବା ମୁଫତି ସୟିଦ କାଶ୍ମିରର ଏକମାତ୍ର ମହିଳା ରାଜନେତା ଭାବେ ପରଚିତ ସାରା ଭାରତରେ । ପିତା ଜଣେ ପୋଖତ ରାଜନେତା ହୋଇଥିବାରୁ ମେହବୁବାଙ୍କୁ ରାଜନୀତି ମଇଦାନରେ ଏଂଟ୍ରି କରିବା କଷ୍ଟ ହୋଇନଥିଲା ।  ୧୯୯୯ ମସିହାରେ ମେହବୁବା ଯୋଗ ଦେଲେ ଜମ୍ମୁ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିରେ । ସମସ୍ତେ ଭାବୁଥିଲେ ମେହବୁବା ହେବେ ପାର୍ଟି ପ୍ରେସିଡେଂଟ୍ । ହେଲେ ସେ ହେଲେ ଉପ ସଭାପତି । ଏହାପରେ ପରେ ସେ ବିଧାନସଭା ଆସନରୁ ଇସ୍ତଫା ଦେଇ ଲଢିଲେ ଶ୍ରୀନଗରର ଲୋକସଭା ଆସନ ପାଇଁ । ୨୦୦୪ ଏବଂ ୨୦୧୪ରେ ମେହବୁବା ଅନନ୍ତନାଗ ଆସନରୁ ନିର୍ବାଚିତ ହେଲେ ଲୋକସଭାକୁ । ୧୯୯୬ ମସିହାରୁ ଆଜି ପର୍ଯ୍ୟନ୍ତ ଜଣେ ସକ୍ରିୟ ରାଜନେତା ଭାବେ ପତିଆରା ବିସ୍ତାର କରିଛନ୍ତି ମେହବୁବା । ୨୦୦୯ ମସିହାରେ ପିଡିପି କୌଣସି ଗୋଟିଏ ଆସନରୁ ଜିତି ନଥିବା ବେଳେ ସେଇ ବର୍ଷ ହିଁ ନିର୍ବାଚନ ଲଢି ନଥିଲେ ମେହବୁବା । ଏବେ ସେ ଜଣେ ସକ୍ରିୟ ରାଜନେତା ତଥା ମୁଖ୍ୟମନ୍ତ୍ରୀ ପିତା ମୁଫତି ମହମ୍ମଦ ସୟିଦଙ୍କ ସୁଯୋଗ୍ୟ ସନ୍ତାନ ଭାବେ ଅଳଂକୃତ କରିଛନ୍ତି ଜମ୍ମୁ କାଶ୍ମିରର ମୁଖ୍ୟମନ୍ତ୍ରୀ ପଦ ।

mehboobaମହିଳା ଆଜି ପୁରୁଷଙ୍କ ସମକକ୍ଷ । ସବୁ କ୍ଷେତ୍ରରେ ମହିଳା ଆଗରେ । ଜମ୍ମୁ କଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହେବାକୁ ଯାଉଛନ୍ତି ମେହବୁବା ମୁଫତି । ସେମିତି ଅନ୍ୟପଟେ ପୁଣି ଥରେ ରାଜନିତି ମଇଦାନରେ ଦେଖିବାକୁ ମିଳିଛି ଆଉ ଦୁଇ ମହିଳାଙ୍କୁ । ପଶ୍ଚିମବଙ୍ଗର ନେତ୍ରୀ ମମତା ବାନାର୍ଜି ଓ ତାମୁଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ଜୟଲଳିତା ଏବେ ପୁଣି ଫେରିଛନ୍ତି ରାଜନୀତି ମଇଦାନକୁ । ଏଥିରୁ ସ୍ପଷ୍ଟ ହେଉଛି ଯେ ମହିଳାମାନେ ବି ନେଇପାରିବେ ଶାସନ ଭାର । ଏମାନେ ବି ଦେଇପାରିବେ ଉତମ ଶାସନ ।