‘ସିନଚେନ୍’ ଓ ‘ପକିମନ୍’ ଭଳି କାର୍ଟୁନ ଚରିତ୍ର ଓ ବଲିଉଡ ସିନେମାରେ ଏହି ମହିଳା ଦେଇଛନ୍ତି ନିଜର ସ୍ୱର, ଜାଣନ୍ତୁ ସେ କିଏ ଓ କଣ କରନ୍ତି କାମ

80

ଫେସବୁକ୍, ଟ୍ୱିଟର ଓ ହ୍ୱାଟସଆପ ରେ ପ୍ରସିଦ୍ଧ କାର୍ଟୁନ ଚରିତ୍ର ଡୋରେମନ୍, ପକିମନ୍, ସିନଚେନ୍, ନଡି ଓ ବବ୍ ଦ ବିଲ୍ଡର ର ସ୍ୱର ବହାର କରୁଥିବା ମହିଳାଙ୍କ ଭିଡିଓ ଭାଇରାଲ ହେଉଛି । ମହିଳାଙ୍କ ପ୍ରତିଭା ଦେଖି ଯେକେହି ତାଙ୍କର ପ୍ରଶଂସା କରୁଛନ୍ତି । ସେହି ମହିଳା ଜଣକ କିଏ ଓ ସେ କ’ଣ କାମ କରନ୍ତି ।

ପ୍ରକୃତରେ, କାର୍ଟୁନ ଚରିତ୍ରର ସ୍ୱର ବାହାର କରୁଥିବା ଏହି ମହିଳାଙ୍କ ନାମ ମେଘନା ସୁ଼ଧୀର ଏରଣ୍ଡେ । ସେ ପେଶାଗତ ଡବିଙ୍ଗ ଆର୍ଟିଷ୍ଟ, କମେଡିଆନ ଓ କଳାକାର । ସେ ମୁମ୍ବାଇ ବିଶ୍ୱ ବିଦ୍ୟାଳୟରୁ ମରାଠି ସାହିତ୍ୟରେ ଶିକ୍ଷା ଲାଭ କରିଛନ୍ତି । ସେ ଜି ଟିଭିର ‘ତାରା’ ସିରିୟଲରୁ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମେଘନା ମରାଠି ଷ୍ଟାଣ୍ଡଅପ୍ କମେଡିର ବି ଏକ ବଡ ନାଁ । ସେ ‘ତାରକ ମେହତା କା ଉଲଟା ଚଷମା’ ର ଟାଇଟଲ ଟ୍ରାକ୍ ପାଇଁ ମଧ୍ୟ ନିଜର ସ୍ୱର ଦେଇଛନ୍ତି ।

ମେଘନା ସର୍ବପ୍ରଥମେ ବର୍ଷ ୨୦୦୨ରେ କାର୍ଟୁନ ନେଟୱର୍କ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ମେକ ୱେ ଫର୍ ନଡି’ର କାର୍ଟୁନ ଚରିତ୍ର ନଡି ପାଇଁ ନିଜର ସ୍ୱର ଦେଇ ଡବିଙ୍ଗ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ସେ ଏକ ଟୁଥପେଷ୍ଟ ବିଜ୍ଞାପନ ପାଇଁ ଡବିଙ୍ଗ କରିସାରିଛନ୍ତି, ଯାହାର ପଂଚ ଲାଇନ୍ ଥିଲା –‘ଇସକା ପିପରମେଣ୍ଟ ଜେସା ସ୍ୱାଦ କିତନା ଅଚ୍ଛା ହେ’ । ୨୦ ଜଣ ଝିଅ ଏହି ନଡି ଚରିତ୍ର ପାଇଁ ଅଡିସନ୍ ଦେଇଥିଲେ, ଯେଉଁଥିରେ ଡବିଙ୍ଗ ପାଇଁ କେବଳ ମେଘନାକୁ ଚୟନ କରାଯାଇଥିଲା ।

କାର୍ଟୁନ ଚରିତ୍ର ବ୍ୟତୀତ ମେଘନା ଏରଣ୍ଡେ ରିର୍ଟନ ଅଫ୍ ହନୁମାନ , ଘଟୋତ୍କଚ, କୃଷ୍ଣା ଓ କଂସ ଭଳି ଆନିମେଟେଡ ହିନ୍ଦୀ ଫିଲ୍ମରେ ବି ମୁଖ୍ୟ ଚରିତ୍ରକୁ ସ୍ୱର ଦେଇସାରିଛନ୍ତି । ସେଭଳି ବଲିଉଡ୍ ଫିଲ୍ମ ଟମ୍, ଡିକ୍ ଆଣ୍ଡ ହେରୀ ରେ ଅଭିନେତ୍ରୀ କିମ୍ ଶର୍ମାଙ୍କ ସ୍ୱର ବି ହୋଇସାରିଛନ୍ତି ।