ନିକୟାଙ୍କାଙ୍କ ବିବାହରେ ଉପସ୍ଥିତ ରହିବେ ନାହିଁ ତାଙ୍କର ଏହି ବନ୍ଧୁ ! ଜାଣନ୍ତୁ କାରଣ ।

271

ଏବେ ଚର୍ଚ୍ଚାରେ ରହିଛି ନିକୟାଙ୍କାଙ୍କ ବିବାହ । ଦୁହେଁ ଯୋଧପୁରରେ ବିବାହ କରିବାକୁ ଥିବା ବେଳେ ଯୋଧପୁରରେ ସମସ୍ତ ପ୍ରସ୍ତୁତି ସରି ସାରିଥିବା ଜଣାପଡ଼ିଛି । ନଭେମ୍ବର ୩୦ରେ ସଙ୍ଗୀତ୍ ଥିବା ବେଳେ ପୂରା ଉମୈଦ୍ ମହଲକୁ ସଜା ଯାଇଛି । ତେବେ ଡ଼ିସେମ୍ବର ୨ରେ ନିକୟାଙ୍କା ବିବାହ କରିବାକୁ ଯାଉଥିବା ବେଳେ ଏଥିରେ ପ୍ରିୟଙ୍କାଙ୍କ ଜଣେ ଅତି ପ୍ରିୟ ବନ୍ଧୁ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରିୟଙ୍କାଙ୍କ ବନ୍ଧୁ ମେଗନ ମର୍କେଲ ତାଙ୍କ ବିବାହରେ ଯୋଗ ଦେଇ ପାରିବେ ନାହିଁ । ଯାହାଙ୍କ ବିବାହରେ ପ୍ରିୟଙ୍କାଙ୍କ ଉପସ୍ଥିତି ନେଇ ଅନେକ ଚର୍ଚ୍ଚା ହୋଇଥିଲା, ସେ କେମିତି ପ୍ରିୟଙ୍କାଙ୍କ ବିବାହରେ ଯୋଗ ଦେବେ ନାହିଁ ବୋଲି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ଏବେ ତାହାର କାରଣ ସାମ୍ନାକୁ ଆସିଛି । ମେଗନ ଗର୍ଭବତୀ ଥିବାରୁ ସେ ପ୍ରିୟଙ୍କାଙ୍କ ବିବାହରେ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ମେ ମାସରେ ମେଗନ ଏବଂ ପ୍ରିନ୍ସ ହୈରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ବିବାହରେ ପ୍ରିୟଙ୍କା ଷ୍ଟାଇଲିସ୍ ଟୋପି ପିନ୍ଧି ନଜର ଆସିଥିଲେ ।