ମେଘାଳୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ଓଡ଼ିଶାର ଅଗ୍ନିଶମ ଟିମ୍ । ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର ହେଲା ଉଦ୍ଧାରକାର୍ଯ୍ୟ

କୋଇଲା ଖଣିରେ ପଶିବେ ନୌସେନାର ଯବାନ

122

କନକ ବ୍ୟୁରୋ: ମେଘାଳୟର କୋଇଲା ଖଣିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ଓଡ଼ିଶାର ସ୍ପେଶାଲ ଟିମ୍ । ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ୍କୁ ଓଡ଼ିଶା ସରକାର ମେଘାଳୟକୁ ପଠାଇଥିବା ବେଳେ ଗତକାଲିଠାରୁ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ଏହି ଦଳ । ଏପଟେ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଆରଏଫର ୧୦୦ ଜଣିଆ ଟିମ୍ । ବିଶାଖାପାଟଣାରୁ ବି ନୌସେନାର ଏକ ଟିମ୍ ଯାଇ ମେଘାଳୟରେ ପହଂଚିଛି ।

ଗତ ୧୩ ତାରିଖରେ କୋଇଲା ଖଣିରେ ଖନନ ଚାଲିଥିବା ବେଳେ ଅଚାନକ୍ ୧୫ ଜଣ ଶ୍ରମିକ ଭିତରେ ରହିଯାଇଥିଲେ । ଆଉ ଖଣି ନିକଟରେ ଥିବା ଏକ ନଦୀରୁ ପାଣି ପଶି ଯିବାରୁ ଶ୍ରମିକମାନେ ବାହାରକୁ ବାହାରିବା ସଂଭବ ହୋଇପାରିନଥିଲା । ବଡ କଥା ହେଉଛି ୩୭୦ ଫୁଟର ଏହି ଗଭୀର କୋଇଲା ଖଣିରେ ଫସି ରହିଛନ୍ତି ୧୫ ଜଣ ଶ୍ରମିକ ।

କେବେ ଓ କେଉଁ ପରିସ୍ଥିତିରେ ମେଘାଳୟରେ ଏହି ଘଟଣା ଘଟିଲା ।

-ମେଘାଳୟର ଜୟନ୍ତୀ ହିଲ୍ ଜିଲ୍ଲାର କୋଇଲା ଖଣିରେ ଅଘଟଣ

-କୋଇଲା ଖଣି ଭିତରେ ଫସି ରହିଛନ୍ତି ପ୍ରାୟ ୧୫ ଜଣ ଶ୍ରମିକ

-ଗତ ୧୩ ତାରିଖରେ ଖଣି ଭିତରକୁ ଯାଇ ଆଉ ଫେରି ନାହାଁନ୍ତି

-୩୭୦ ଫୁଟ ଗଭୀର ଖଣି ଭିତରେ ପାଣି ପ୍ରବେଶ କରିଯାଇଛି

-ନିକଟରେ ଥିବା ନଦୀର ପାଣି କୋଇଲା ଖଣିକୁ ପ୍ରବେଶ କରିଛି

-ପ୍ରାୟ ୭୦ ଫୁଟ୍ ଯାଏଁ ପାଣି ପଶି ଯାଇଥିବା ସୂଚନା

-ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ନୌସେନାର ଯବାନ ନିଯୁକ୍ତ

-ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଓଡ଼ିଶାରୁ ଯାଇଛି ଟିମ୍

-ଏହି ଟିମରେ ଅଛନ୍ତି ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ସଦସ୍ୟ