ମେଘାଳୟରେ କୋଇଲା ଖଣି ତଳେ ଫସିରହିଥିବା ୧୫ ଜଣଙ୍କ ମିଳୁନି ପତ୍ତା : ମେଗା ଅପରେସନରେ ଓଡିଶା ଅଗ୍ନିଶମ ଟିମ

ଅତ୍ୟାଧୁନିକ ପମ୍ପ ଜରିଆରେ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି

109

କନକ ବ୍ୟୁରୋ : ମେଘାଳୟରେ କୋଇଲା ଖଣି ତଳେ ଫସିରହିଥିବା ୧୫ ଜଣଙ୍କ ପତ୍ତା ମିଳୁନ । ମେଗା ଅପରେସନରେ ସାମିଲ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓଡିଶା ଅଗ୍ନିଶମ ଟିମ୍ । ଅତ୍ୟାଧୁନିକ ପମ୍ପ ଜରିଆରେ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି । ତେବେ ଖଣି ଭିତରେ ଫଶିଥିବା ଶ୍ରମିକଙ୍କ କୌଣସି ସୁରାକ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଶ୍ରିମିକଙ୍କ ଉପସ୍ଥିତି ଠାବ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଉଛି । ଗତକାଲି ନୌସେନାର ବୁଡାଳିମାନେ କେବଳ ୩ଟି ହେଲମେଟ୍ ଠାବ କରିବାକୁ ସକ୍ଷମ ହୋଇଥିବାବେଳେ ଶ୍ରମିକଙ୍କ ସ୍ଥିତି ଜାଣିବାକୁ ଆହୁରି ସମୟ ଲାଗିବ ବୋଲି ଜଣାପଡିଛି ।

ଆଜି ଆଉ କିଛି ପାଣି ନିଷ୍କାସନ କରାଯିବାପରେ ବୁଡାଳିମାନେ ନିର୍ଦ୍ଧାରିତ ଗତିପଥରେ ଅଗ୍ରସର ହୋଇପାରିବେ ବୋଲି କହିଛନ୍ତି ଏନଡିଆରଏଫର ଜଣେ ଅଧିକାରୀ । ଅନ୍ୟପଟେ ବେଆଇନ ଭାବେ ଚାଲିଥିବା ଏହି ଖଣି ଅଂଚଳରେ ଭାରୀ ଯନ୍ତ୍ରାଂଶ ପହଁଚାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଶ୍ରମିକମାନେ ଫସିବା ଖବର ପ୍ରଘଟ ହେବା ପରେ ପୁଲିସ ଖଣି ମାଲିକ କ୍ରିପ୍ ସୁଲେଟଙ୍କୁ ଗିରଫ କରିଛି ।