ଗ୍ଲାମରସ୍ ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ !

87

କନକ ବ୍ୟୁରୋ : ଜାତିର ପିତା ମହାତ୍ମା ଗାନ୍ଧୀ । ନିଜର ଅସଲ ନାଁ ପରିବର୍ତ୍ତେ ‘ବାପୁ’ ନାଁରେ ସମଗ୍ର ବିଶ୍ୱରେ ଲୋକପ୍ରିୟ । ଦେଶର ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ବାପୁଙ୍କୁ କେବଳ ଭାରତ ନୁହେଁ ପୁରା ବିଶ୍ୱ ସ୍ମରଣ କରେ । ଦେଶ ପାଇଁ ତାଙ୍କ ଅବଦାନ ଏବଂ ତାଙ୍କ ସିଦ୍ଧାନ୍ତକୁ ନେଇ ଅନେକ ବହି ଏବଂ ଲେଖାମାନ ସମସ୍ତେ ପଢିଛନ୍ତି । କିନ୍ତୁ ଏସବୁ ବ୍ୟତୀତ ବାପୁଙ୍କ ସହ ଜଡିତ ଏମିତି କିଛି କଥା ଅଛି ଆଜି ଯାଏ ସମସ୍ତଙ୍କୁ ଅଜଣା । ଯେମିତିଙ୍କ ମହାତ୍ମା ଗାନ୍ଧୀଙ୍କ ପରିବାର ଏବଂ ତାଙ୍କ ପିଲାମାନେ । ଗାନ୍ଧୀଙ୍କ ବଂଶଜ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ରୁହନ୍ତି । ହେଲେ କଣ ଆପଣ ଜାଣନ୍ତି ମହାତ୍ମା ଗାନ୍ଧୀଙ୍କର ଜଣେ ଅଣନାତୁଣୀ ଅଛନ୍ତି ଯିଏ ନିଜ ଗ୍ଲାମରସ୍ ଲୁକ୍ ଏବଂ ଲାଇଫଷ୍ଟାଇଲ୍ ପାଇଁ ବେଶ୍ ଚର୍ଚ୍ଚିତ ।

ମହାତ୍ମା ଗାନ୍ଧୀଙ୍କ ବଂଶଧରଙ୍କ ମଧ୍ୟରୁ କିଛି ସଦସ୍ୟ ୬ଟି ବାହାର ଦେଶରେ ରହୁଛନ୍ତି । ସେମାନଙ୍କୁ ମଧ୍ୟରୁ ଜଣେ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ବଡ ପୁଅ ହରିଲାଲଙ୍କ ପୁଅ କାନ୍ତିଲାଲ୍ । ସ୍ୱାଧୀନତା ପରେ କାନ୍ତିଲାଲଙ୍କ ପୁରା ପରିବାର ଆମେରିକା ଚାଲିଯାଇଥିଲେ । କାନ୍ତିଲାଲଙ୍କ ଝିଅ ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କ ନାଁ ହେଉଛି ମେଘା ଗାନ୍ଧୀ । ମେଘାଙ୍କ ଲାଳନ ପାଳନ ଆମେରିକାରେ ହିଁ ହୋଇଛି । ତେବେ ଆମେରିକାରେ ନିଜ ପରିବାର ସହ ରହୁଥିବା ମେଘା କେବଳ ମହାତ୍ମା ଗାନ୍ଧୀଙ୍କ ପାଇଁ ବରଂ ନିଜର ଗ୍ଲାମରସ୍ ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ମେଘାଙ୍କ ପରିଚୟ କେବଳ ନିଜ ସରନେମ୍ ବା ‘ଗାନ୍ଧୀ’ ଟାଇଟେଲ୍ ପାଇଁ ହୋଇନାହିଁ । ବରଂ ସେ ଜଣେ ସଫଳ କମେଡି ରାଇଟର୍ , ପେରୋଡି ପ୍ରଡ୍ୟୁସର୍ ଏବଂ ଭଏସ୍ ଟ୍ୟାଲେଂଟ୍ ପାଇଁ ବେଶ୍ ପ୍ରସିଦ୍ଧ । ଓହିଓର ସବୁଠାରୁ ପ୍ରସିଦ୍ଧ ତଥା ଲୋକପ୍ରିୟ ସୋ’ ‘ଡେଭ୍ ଆଣ୍ଡ୍ ସୋ’ର ପ୍ରଯୋଜକ ଭାବରେ ମଧ୍ୟ କାମ କରିସାରିଛନ୍ତି । ଏହା ବାଦ୍ ଅନେକ ସୋ’ର ମଧ୍ୟ ପ୍ରଯୋଜକ ମଧ୍ୟ ରହିଛନ୍ତି ମେଘା ।

ଆମେରିକା ୟୁନିଭର୍ସିଟିରୁ ପାଠପଢା ସାରିବା ପରେ ଏବେ ମେଘା ଜଣେ ସଫଳ ପ୍ରଯୋଜକ ଭାବରେ ନିଜ କ୍ୟାରିୟର୍ ଗଢିବାକୁ ଧ୍ୟାନ ଦେଉଛନ୍ତି । ବର୍ତ୍ତମାନ ସେ ‘ମାଟି ଇନ୍ ଦ ମର୍ଣ୍ଣିଙ୍ଗ୍ ସୋ’ରେ ପ୍ରଡ୍ୟୁସର୍ ଭାବରେ କାମ କରୁଛନ୍ତି । ତେବେ ଗ୍ଲାମରସ୍ ଲାଇଫଷ୍ଟାଇଲ୍ ପାଇଁ ଇନଷ୍ଟାଗ୍ରାମରେ ମେଘାଙ୍କ ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । ମେଘା ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ଅଛନ୍ତି ।

ତେବେ ଏତେ ଗ୍ଲାମରସ୍ ଲାଇଫଷ୍ଟାଇଲ୍ ଜିଉଁଥିବା ମେଘା କିନ୍ତୁ ନିଜ ଜେଜେ ମହାତ୍ମା ଗାନ୍ଧୀଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି । ଏବଂ ଆଜି ବି ମହାତ୍ମା ଗାନ୍ଧୀଙ୍କ ପ୍ରତ୍ୟେକ ସିନ୍ଧାନ୍ତକୁ ମନେ ରଖିଛନ୍ତି ।