ରାୟଗଡ଼ାରେ ଉଦଘାଟିତ ହେବ ମିଟସ୍ ମେଗା ଫୁଡ୍ ପାର୍କ : ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ହରସିମରତ କୈାର ଓ ଧର୍ମେନ୍ଦ୍ର ପ୍ରଧାନ

47

କନକ ବ୍ୟୁରୋ : ରାୟଗଡ଼ାରେ ଆଜି ଉଦଘାଟିତ ହେବ  ମିଟସ୍  ମେଗା ଫୁଡ୍ ପାର୍କ । କିନ୍ତୁ ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବେନାହିଁ । ଉଦଘାଟନ ଉତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲ। । କିନ୍ତୁ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ନାହିଁ ବୋଲି ଜଣାପଡିଛି । ଉଦଘାଟନ ଉତ୍ସବରେ ଯୋଗଦେବାକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଯୋଗଦେବାର ରହିଛି । ମେଗା ଫୁଡ୍ ପାର୍କରେ ଅତ୍ୟାଧୁନିକ ଭିତିଭୂମି ରହିଛି । ଏଥିରେ କୃଷକ ଓ ଉଦ୍ୟୋଗୀଙ୍କ ପାଇଁ ପ୍ରକ୍ରିୟାକରଣ ସୁବିଧା ରହିଛି ।

ଦେଖନ୍ତୁ ଏହି ଭିଡ଼ିଓ –