ଦୋଷୀ ସେବାୟତଙ୍କ ବିରୋଧରେ ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି : ପୁରୀ ଜିଲ୍ଲାପାଳ

18

କନକ ବ୍ୟୁରୋ : ଜିଲ୍ଲାପାଳଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ଘଟଣାରେ ଆଇଏଏସ୍ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସହ ୨୦ ଆଇଏଏସ୍ ଉପସ୍ଥିତ ଥିଲେ । ବୈଠକ ପରେ ସଂଘର ସଂପାଦକ ବିଶାଲ ଦେବ କହିଛନ୍ତି ଦୋଷୀ ସେବାୟତଙ୍କ ବିରୋଧରେ ପଦକ୍ଷେପ ନେଉଛି ପୁଲିସ୍ । ଏନେଇ ସଂଘ ପକ୍ଷରୁ ଏକ ରିଜୋଲୁସନ ପାସ କରାଯାଇଛି । ସେପଟେ ଅରବିନ୍ଦ ଅଗ୍ରୱାଲ ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ସରକାର ଏନେଇ ଉଚିତ୍ ପଦକ୍ଷେପ ନେଉଛନ୍ତି ।