ମାଓ ମୁକାବିଲା ପାଇଁ ସମୀକ୍ଷା : ଆଜି ଭୁବନେଶ୍ୱରରେ ୫ ରାଜ୍ୟର ଡିଜିଙ୍କ ବୈଠକ

36

କନକ ବ୍ୟୁରୋ : ଆଜି ମାଓ ମୁକାବିଲାକୁ ନେଇ ଭୁବନେଶ୍ୱରରେ ହେବ ବୈଠକ । ପୂର୍ବ ଭାରତ ଜୋନର ପୋଲିସ ଓ ସୁରକ୍ଷା ଅଧିକାରୀଙ୍କୁ ନେଇ ହେବ ବୈଠକ । ଓଡିଶା, ଛତିଶଗଡ, ବିହାର , ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଡିଜି ବୈଠକରେ ସାମିଲ ହେବେ । ବୈଠକରେ ବିଏସଏଫ୍ ଓ ସିଆରପିଏଫର ଅଧିକାରୀମାନେ ସାମିଲ ହେବେ । ଏହି ବୈଠକରେ ମାଓ ମୁକାବିଲା ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହେବ । ତେବେ ଆଗାମୀ ସମୟରେ ଏହି ବୈଠକରେ ହୋଇଥିବା ନିଷ୍ପତ୍ତି କେତେ କାମ ଦେବ ତାହା ଦେଖିବା ପାଇଁ ବାକି ରହିଲା ।

ସୂଚନାଯୋଗ୍ୟ ଦିନକୁ ଦିନ ମାଓବାଦୀମାନେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି । ଯବାନଙ୍କୁ ଟାର୍ଗେଟ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ଛାଡ଼ୁନାହାନ୍ତି । ପୋଲିସ ମାଓ ଗତିବିଧି ଉପରେ ନଜର ରଖିବା ସହ ମାଓ ଦମନ ପାଇଁ ଅନେକ ନୀତି ଆପଣାଉଛି । ତଥାପି ମାଓବାଦୀଙ୍କ ସକ୍ରିୟତା ବଢ଼ିବାରେ ଲାଗିଛି ।