ସଚ୍ଚୋଟତା ଆଗରେ ରାଜନୀତିର ମୁଣ୍ଡ ନୁଆଁଇଥିବା ଜଣେ ମହିଳା ! ଭାରତର ଏଭଳି ଜଣେ ଆଇପିଏସ୍ ଅଫିସର ଯିଏ ମୁଖ୍ୟମନ୍ତ୍ରୀଙ୍କ କଥା କାଟିବା ସହ ମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡା ।

884

ଅଧିକାରୀ ଯେତେବେଳେ ନିଜ ସଚ୍ଚୋଟତା ଦେଖାଏ ସେତେବେଳେ ରାଜନୀତି ଶବ୍ଦର ଅର୍ଥ ଶୂନ ହୋଇଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇପିଏସ୍ ଅଫିସର ସୋନିଆ ନାରଙ୍ଗ । ସୋନିଆ ନିଜର ୧୩ ବର୍ଷର କାର୍ଯ୍ୟରେ କର୍ଣ୍ଣାଟକର ଅନେକ ସ୍ଥାନରେ ପୋଷ୍ଟ ପାଇ ସାରିଛନ୍ତି । ଏହି ସମୟ ସେ ଯେଉଁଠାରେ ବି ରହିଲେ ଅପରାଧିଙ୍କ ନାଁ ସହରରୁ ଯେପରି ବାହାର କରିଦେଲେ । ୨୦୦୬ ମସିହାରେ ଏକ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ଏବଂ ବିଜେପିର ୨ ବାହୁବଳୀ ନେତାଙ୍କ ମଧ୍ୟରେ ମାରପିଟ ହେଲା ଭଳି ସମସ୍ୟା ଦେଖାଗଲା । ସେତେବେଳେ ଆଇପିଏସ୍ ସୋନିଆ ବିଜେପିର ଜଣେ ନେତାଙ୍କୁ ରେଣୁକାଚାର୍ଯ୍ୟଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ ଏବଂ ଏହାପରେ ରେଣୁକା ମନ୍ତ୍ରୀ ପଦରେ ମଧ୍ୟ ଆସିଥିଲେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ସୋନିଆଙ୍କ ନାଁ ୧୬ କୋଟି ଖଣି ଘୋଟାଲାରେ ନେଇଥିଲେ ଯେଉଁଥିପାଇଁ ଉଭୟ ରାଜନୀତିକ ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ହଲଚଲ ସୃଷ୍ଟି ହୋଇଥିଲା । ସେତେବେଳେ ସୋନିଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋର୍ଚ୍ଚା ଆରମ୍ଭ କରି ଖୋଲା ବିରୋଧ କରିଥିଲେ । ସେ ଏଥିପାଇଁ ପ୍ରତିଟି ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିଲେ । ଯାହା ପରମୁହୂର୍ତ୍ତରେ ଲୋକଙ୍କୁ ତାଙ୍କ ସଚ୍ଚୋଟତା ପ୍ରତି ଆକୃଷ୍ଟ କରିଥିଲା ।

 

କିଏ ଏହି ସୋନିଆ ନାରଙ୍ଗ?

୨୦୦୨ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ହେଉଛନ୍ତି ସୋନିଆ ନାରଙ୍ଗ । ଯେ ନିଜ ସଚ୍ଚୋଟତା ଏବଂ ନିଡର କାମ ପାଇଁ ଚର୍ଚ୍ଚିତ ହୋଇଛନ୍ତି । କେବଳ ଅପରାଧି ନୁହଁ ରାଜନୈତିକ ବଳଶାଳୀ ନେତାଙ୍କୁ ଜବାବ୍ ଦେବା ପାଇଁ ସେ ଅଣ୍ଟା ଭିଡିଛନ୍ତି । ଘୋଟାଲା ମାମଲାରେ ଆଜି ପର୍ଯ୍ୟନ୍ତ ଯେ କୌଣସି ଅଫିସରଙ୍କ ନାଁ ଆସିଥିଲେ ମଧ୍ୟ ସେ ସଂସଦର ସଦସ୍ୟଙ୍କ ସହ ମିଶି ଏହି କଥାକୁ ଆପୋଷ ବୁଝାମଣାରେ ଶେଷ କରିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ସୋନିଆ ନିଜ ଅନ୍ଦାଜରେ ଏହି କଥାକୁ ମୋର୍ଚ୍ଚାର ସହ ସମ୍ପୁର୍ଣ୍ଣ ସଚ୍ଚୋଟତା ଭାବରେ ପରିପ୍ରକାଶ କରିଥିଲେ ଯାହା ତାଙ୍କୁ ଲୋକଙ୍କ ନଜରରେ ହିରୋ କରିଥିଲା ।