ଗୋହତ୍ୟା ରୋକିବାରେ ବିଫଳ ହେଲେ ଥାନାବାବୁ : ନିଜ ବିରୋଧରେ ଥାନାରେ ଆଣିଲେ ଅଭିଯୋଗ

26

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମେରଠ ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମେରଠର ଷ୍ଟେସନ୍‌ ହାଉସ୍‌ ଅଫିସର୍‌(ଏସ୍‌ଏଚ୍‌ଓ) ନିଜେ ନିଜ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଧୀନସ୍ଥ ଅଞ୍ଚଳରେ ଗୋଚାଲାଣ ରୋକିବାରେ ବିଫଳ ହେବାରୁ ଅଧିକାରୀ ଜଣକ ନିଜର ବିଫଳତା ସ୍ୱୀକାର କରିଛନ୍ତି । ଏସ୍‌ଏଚ୍‌ଓ ରଜେନ୍ଦ୍ର ତ୍ୟାଗୀ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଖରକୋଡା ପୁଲିସ୍‌ ଷ୍ଟେସନ୍‌ଥର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଏକ ନିୟମ ବାହାର କରିଥିଲେ କି ପ୍ରତ୍ୟେକ ବିଫଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି କି ‘ ମୁଁ ଏକ ନିୟମ ଜାରି କରିଥିଲି କି ଯଦି କୌଣସି ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ସେଥିପାଇଁ ଦାୟୀ ରହିବେ ସ୍ୱୟଂ ପୁଲିସ୍‌ । ଯଦି କୌଣସି କନ୍‌ଷ୍ଟେବଲ୍‌ ଜଗିଥିବା ଅଞ୍ଚଳରେ କୌଣସି ହତ୍ୟା, ଦୁଷ୍କର୍ମ,ଗୋହତ୍ୟା ଆଦି  କିିଛି ବି ଅପରାଧ ହେଉଛି ତେବେ ସିନିୟର୍‌ କନ୍‌ଷ୍ଟେବଲ୍‌ଙ୍କୁ ଦାୟିତ୍ୱରେ ଥିବା କନ୍‌ଷ୍ଟେବଲ୍‌ ଉତ୍ତର ଦେବା ପାଇଁ ବାଧ୍ୟ । ଏପରିକି ଯଦି ଅପରାଧ ୨ଥରରୁ ଊର୍ଧ୍ୱ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଧାର୍ଯ୍ୟ’।

ଏଯାବତ୍‌ ଏସ୍‌ଏଚ୍‌ଓ ନିଜ ଅଧିନରେ ଥିବା ୬ ଜଣ କନ୍‌ଷ୍ଟେବଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛନ୍ତି । ଏପରିକ ଲାଞ୍ଚ ନେଉଥିବା ୧୯ ଜଣ ମଧ୍ୟ ତାଙ୍କ ଦୃଷ୍ଟିରେ କଏଦ ହୋଇଥିଲେ । ଏବେ ସେ ନିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।