ଗୋଟିଏ ଲୋକର ଚାଲାଣ୍ କାଟି ହନ୍ତସନ୍ତ ହୋଇଗଲା ପୁରା ଥାନା ! ଜେଇଙ୍କ ଚାଲାଣ୍ କାଟିବା ପଡିଲା ମହଙ୍ଗା , ଗରମରେ ସିଝିଲା ପୁରା ଥାନା

16,485

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଜୁନିୟର୍ ଇଞ୍ଜିନିୟର୍ ଙ୍କ ଚାଲାଣ କାଟିବା ମହଙ୍ଗା ପଡିଛି । ଏଥିରେ କେବଳ ଜଣେ ନୁହଁ ପୁରା ଥାନାକୁ ଏଥିପାଇଁ ହନ୍ତସନ୍ତ ହେବାକୁ ପଡିଛି । ଗୁରୁବାର ମିରଠର ତେଜଗଢିରେ ଜେଇ ସୋମପ୍ରକାଶ ଗର୍ଗଙ୍କୁ ବିନା ହେଲମେଟ୍ ରେ ସ୍କୁଟି ଚଲାଇବା ପାଇଁ ହେଡ୍ କନେଷ୍ଟବଳ ରାଜେଶ୍ କୁମାର ଅଟକାଇଥିଲେ । ହେଡ୍ କନେଷ୍ଟବଳ ଗାଡିର କାଗଜପତ୍ର ମାଗିଥିଲେ । ଜେଇଙ୍କ ପାଖରେ ଡିଏଲ୍ ଏବଂ ଆର୍ ସି ଥିଲା ବାକି କାଗଜପତ୍ର ନଥିଲା ଏବଂ ସେ ହେଲମେଟ୍ ବି ପିନ୍ଧିନଥିଲେ । କାଗଜପତ୍ର ନଥିବାରୁ କନେଷ୍ଟବଳ ତାଙ୍କହ ୩ ହଜାର ଟଙ୍କାର ଚାଲାଣ କାଟିଦେଲେ । ଯେଉଁଥିରେ ରାଗିଯାଇ ଜେଇ ଥାନାର ବିଜୁଳୀ କାଟିଦେଲେ ।

ତେବେ ଚାଲାଣ୍ କଟିବା ସମୟରେ କନେଷ୍ଟବଳ ଏବଂ ଜେଇଙ୍କ ମଧ୍ୟରେ ହୋଇଥିବା ତର୍କର ଭିଡିଓ ଭାଇରାଲ୍ ହେଉଛି  । ଏହି ଭିଡିଓରେ ଜେଇ ପୋଲିସ୍ ବାବୁଙ୍କୁ କହୁଛନ୍ତି ଜନତାଙ୍କ ଉପରେ ଏତେ ନଜର ଦେଉଛ ପୋଲିସ୍ କେଉଁ ନିୟମର ପାଳନ କରୁଛି । ପୋଲିସ୍ ଥାନାରେ ଲକ୍ଷ ଲକ୍ଷ ଟଙ୍କାର ବିଜୁଳୀ ବିଲ୍ ପଇଠ କରିବା ପାଇଁ ବାକି ରହିଛି । ଯାହାପରେ ଜେଇ ଫୋନ୍ କରି ଲାଇନମ୍ୟାନ୍ କୁ ଡାକିଥିଲେ । ପ୍ରଥମେ ତେଜଗଢୀ ଥାନା ଏବଂ ପରେ ମେଡିକାଲ୍ ଥାନାର ବିଜୁଳୀ କାଟିଦେଇଥିଲେ । ବିଜୁଳୀ କଟିବାକୁ ନେଇ ଥାନାରେ ଅଫିସରଙ୍କ ଭିତରେ ଅସନ୍ତୋଷ ବଢିଲା । ଇନସ୍ପେକ୍ଟର  ଘଟଣାର ଜାଞ୍ଚ୍ କରି ବିଜୁଳୀ ବିଭାଗର ବଡ଼ ଅଫିସରଙ୍କ ସହ କଥାବାର୍ତ୍ତା କରି ବିଜୁଳୀ ଦେବାକୁ ଗୁହାରୀ କରିଥିଲେ । ସନ୍ଧ୍ୟା ସମୟରେ ଥାନାରେ ବିଜୁଳୀ ଆସିଥିଲା । ତେବେ ଇନସ୍ପେକ୍ଟରଙ୍କ  କହିବାନୁସାରେ ଥାନାରେ ୨୭ ହଜାର ଟଙ୍କାର ବିଜୁଳୀ ବିଲ୍ ପଇଠ କରାଯାଇନାହିଁ କିନ୍ତୁ ବିଜୁଳୀ ବିଲ୍ ର ସୂଚନା ତାଙ୍କ ପାଖରେ ନଥିବା କାରଣରୁ ସେ ଏ ବିଷୟରେ ଜ୍ଞାତ ନଥିଲେ ।