ବୟସ ୮ବର୍ଷ , ହେଲେ ବାଳକର ଉଚ୍ଚତା ୬ଫୁଟ୍ ୭ଇଂଚ !

38

ମିରଟ : ମିରଟର ୮ବର୍ଷର ଏହି ବାଳକ । ନାଁ କରନ୍ । ଏବେ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି ତା’ର ଉଚ୍ଚତା । କରନ୍ ନାମକ ଏହି ବାଳକର ଉଚ୍ଚତା ଏବେ ୬ଫୁଟ୍ ୭ଇଂଚ । ଆଉ ସବୁଠୁ ବଡ଼ କଥା ହେଉଛି ତାଙ୍କ ମା’ ଶ୍ୱେତଲାନା ମଧ୍ୟ ଡେଙ୍ଗି । ଯେଉଁ କାରଣରୁ ଉଭୟ ମାଆ ଓ ପୁଅଙ୍କର ନାମ ଗିନିଜ୍ ବୁକରେ ସ୍ଥାନ ପାଇଛି ।

ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା ତାଲିକାରେ ଥିବା ଶ୍ୱେତଲାନାକୁ ଏବେ ବିଭିନ୍ନ ବିଜ୍ଞାପନ ସଂସ୍ଥା ଏବଂ ଫିଲ୍ମ ପକ୍ଷରୁ ଅଫର ଆସୁଛି । ପୁଅ କରନକୁ ମଧ୍ୟ ଏହି ଅଫର ଆସିଲାଣି । ତେବେ ଏନେଇ ମାଆ ପୁଅ କୈାଣସି ନିଷ୍ପତ୍ତି ନେଇନଥିଲାବେଳେ ଅମିତାଭଙ୍କ ସହ ଫିଲ୍ମ କରିବା ଶ୍ୱେତଲାନାଙ୍କ ଇଚ୍ଛା ।
(ସୈାଜନ୍ୟ – ବିଜିନେସ୍ ଷ୍ଟାଣ୍ଡାର୍ଡ )