କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କୁ ପପୁ କହିବା ପଡ଼ିଲା ମହଙ୍ଗା ! ଉତ୍ତରପ୍ରଦେଶ ମିରଟ ଜିଲ୍ଲା କଂଗ୍ରେସ ସଭାପତି ଦଳରୁ ଖାଇଲେ ତଡା

25

କନକ ବ୍ୟୁରୋ : କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କୁ ପପୁ କହିବା ଦଳର ଜଣେ ନେତାଙ୍କ ପାଇଁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ମିରଟ ଜିଲ୍ଲା କଂଗ୍ରେସ ସଭାପତି ରାହୁଲଙ୍କୁ ପପୁ କହି ଦଳରୁ ତଡା ଖାଇଛନ୍ତି ।

ଦଳର ଏକ ହ୍ୱାଟସଅପ୍ ଗ୍ରୁପରେ ମିଟରର ଜିଲ୍ଲା ସଭାପତି ବିନୟ ପ୍ରଧାନ ରାହୁଲଙ୍କୁ ପପୁ କହିଥିଲେ । ଏହି ଗ୍ରୁପରେ ସେ ଲେଖିଥିଲେ ଯେ, ପପୁ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ରଖିଥିଲେ ବି ଏଥିଲାଗି କେବେ ବି ଇଛା ପ୍ରକାଶ କରିନାହାଁନ୍ତି । ପପୁ ଅମ୍ବାନୀ, ଅଦାନୀ ଓ ମାଲ୍ୟାଙ୍କ ପାର୍ଟିରେ କେବେ ବି ସାମିଲ ହୋଇନାହାଁନ୍ତି । ବରଂ ସେ ମନ୍ଦସୌର ଯାଇ କୃଷକମାନଙ୍କ ସହ ରାସ୍ତାରେ ଛିଡାହୋଇଥିବା କଥା ବିଜୟ ହ୍ୱାଟସଅପରେ ଲେଖିଥିଲେ । ଏହା ପରେ ବିଜୟଙ୍କୁ ଦଳରୁ ବହିଷ୍କାର କରାଯାଇଛି ।