ରାଷ୍ଟ୍ରପତି ରେସ୍ ! ପ୍ରାର୍ଥୀପତ୍ର ଦାଖଲ କଲେ ୟୁପିଏ ପ୍ରାର୍ଥୀ ମୀରା କୁମାର

43

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ କଲେ ୟୁପିଏ ପ୍ରାର୍ଥୀ ମୀରା କୁମାର । ତାଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏନସିପି ମୁଖ୍ୟ ଶରତ ପାୱାର ଓ ସିପିଆଇ ନେତା ସୀତାରାମ ୟେଚୁରୀ, ସିପିଏମ ନେତା ଡି.ରାଜା, ଟିଏମସି ନେତା ଡିରେକ ଓବ୍ରେନ ସମେତ ବିରୋଧୀ ଦଳର ଅନ୍ୟ ନେତା ଉପସ୍ଥିତ ଥିଲେ ।

ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ମୀରା କୁମାର । ମୀରା କୁମାରଙ୍କୁ କଂଗ୍ରେସ ସମେତ ୧୭ ବିରୋଧୀ ଦଳ ସମର୍ଥନ କରୁଛନ୍ତି । ସଂଖ୍ୟା ଗଣିତ ଅନୁଯାୟୀ କୋବିନ୍ଦଙ୍କ ପଲା ଭାରି ରହିଛି । ତେବେ ମୀରାଙ୍କ ନାମାଙ୍କନ ପତ୍ର ଦାଖଲ ପରେ ନିର୍ବାଚନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।