ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ! ହାର୍ଟ, କିଡ଼ନୀ ପରି ରୋଗ ପାଇଁ ଔଷଧ ହେଲା ଶସ୍ତା

55

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ହାର୍ଟ, କିଡ଼ନୀ ପରି ରୋଗ ପାଇଁ ଔଷଧ ମୂଲ୍ୟ ଶସ୍ତା ହୋଇଛି । ଏହା ବ୍ୟତୀତ ବଡ଼ ବଡ଼ ରୋଗର ନିରାକରଣ ପାଇଁ କେତେକ ଔଷଧର ମୂଲ୍ୟ ହ୍ରାସ କରାଯାଇଛି ବୋଲି ଶୁଣବାକୁ ମିଳିଛି । ତେବେ ଔଷଧରେ ୧୦ ପ୍ରତିଶତରୁ ଅଧିକ ଲାଭ ଆଦାୟକୁ ରୋକିବା ପରେ କିଡ଼ନୀ ଓ ହାର୍ଟ ଭଳି ରୋଗର ଔଷଧର ଦାମ ହ୍ରାସ କରାଯାଇଛି । ଯାହା ସାଧାରଣ ତଥା ଗରିବ ଲୋକଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଇଛି ।

ରାଷ୍ଟ୍ରିୟ ଔଷଧି ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ପକ୍ଷରୁ କିଡନୀ ସଂକ୍ରମଣ, ସାପ କାମୁଡା ଭଳି ୧୨ ପ୍ରକାର ଔଷଧିର ମୂଲ୍ୟ ହ୍ରାସ କରାଯାଇଛି । ଏହା ବ୍ୟତୀତ ଏନପିପି ଖୁଚୁରା ବିକ୍ରି ଉପରେ ମିଳୁଥିବା ଲାଭକୁ କମାଇ ଦିଆଯାଇଛି । ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ୯ ପ୍ରକାର ଔଷଧିର ଖୁୁଚୁୁରା ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ନୂଆମୂଲ୍ୟ ଅନୁସାରେ ଉକ୍ତ ଔଷଧର ଦାମ ପାଖାପାଖି ୫୪ ପ୍ରତିଶତ କମିଯିବ । ଏନପିପି ପକ୍ଷରୁ ଔଷଧିର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇଛି ।

ତେବେ ଏକ ବର୍ଷ ମଧ୍ୟରେ ଏନପିପି ପାଖାପାଖି ୧୧୦୦ ଔଷଧିର ଦାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଏହି ନିଷ୍ପତି ଦ୍ୱାରା ଦେଶର କୋଟି କୋଟି ଲୋକଙ୍କୁ ଆଶ୍ୱସ୍ତି ମିଳିବ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଖୁବଶୀଘ୍ର ପୁଣି ଥରେ ୨ ଡର୍ଜନରୁ ଅଧିକ ଔଷଧର ଦାମ ହ୍ରାସ ହେବ ।