ହନ୍ତସନ୍ତ ହେବେ ରୋଗୀ ! ବଢିଲା ହୃଦଘାତ ଭଳି ୮୬୯ ରୋଗର ଔଷଧ ଦାମ ।

45

ହୃଦଘାତ ଭଳି ମରଣାନ୍ତକ ରୋଗର ଔଷଧ ଦାମ ବଢିଯାଇଛି । କେବଳ ଏତିକି ନୁହେଁ ଆଣ୍ଟି-ବାୟୋଟିକ ଏବଂ କର୍କଟ ଭଳି ଆଉ ୮୬୯ ପ୍ରକାର ରୋଗର ଔଷଧ ଦାମ ମଧ୍ୟ ବଢିଯାଇଛି । ସରକାରଙ୍କ ଅନୁସାରେ ଏହି ସବୁ ଔଷଧର ଦାମକୁ ୩.୪୪ ପ୍ରତିଶତ ବଢାଇ ଦିଆଯାଇଛି । ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରଧିକରଣ (ଏନପିପିଏ)ର କହିବାନୁସାରେ ବାର୍ଷିକ ମୂଲ୍ୟ ଆକଳନ (ଡବ୍ଲ୍ୟୁପିଆଇ) କାରଣରୁ ଔଷଧର ଦାମକୁ ବଢାଇ ଦିଆଯାଇଛି । ଔଷଧ ଦାମ ବଢିବା ପରେ ହୃଦଘାତ ଜନୀତ ଔଷଧରେ ବ୍ୟବହାର ହେଉଥିବା ମେଟାଲ ଷ୍ଟେଟର ଦାମ ୭୯୨୩ ଟଙ୍କା ହୋଇଯାଇଥିବା ବେଳେ ଡ୍ରଗ ଇଲ୍ୟୁଟିଙ୍ଗ ଷ୍ଟେଟର ଦାମ ବଢି ୨୮୮୪୯ ହୋଇଯାଇଛି । ଏହି ମେଡିସନ ମଧ୍ୟରୁ ଯେଉଁ ୮୫୯ ଫର୍ମୁଲାର ମେଡିସନର ମୂଲ୍ୟକୁ ବଢାଯାଇଛି ସେଥିରେ ହୃଦ ଜନିତ ଜୀବାଣୁ ସଂକ୍ରମଣରେ କାମ ଆସିଲା ଭଳି ଅମୋକ୍ସିସିଲିନ ଏବଂ କ୍ଲବୁଲେନିକ ଏସିଡ ଭଳି ଆଣ୍ଟି-ବାୟୋଟିକର ମିଶ୍ରଣ , କର୍କଟ ଭଳି ମରଣାନ୍ତକ ରୋଗକୁ ଡୋସେଟକ୍ସୋଲ ଏବଂ ହୃଦ ଜନିତ ରୋଗରେ କୋଲେଷ୍ଟ୍ରୋଲ କମାଇବା ଭଳି ଏଟୋରୱାଷ୍ଟେଟିନ ଭଳି ଔଷଧ ମଧ୍ୟ ସାମିଲ ଅଛି । ଏହାଛଡା ଏନପିପିଏ ତରଫରୁ ମୂଲ୍ୟ ନିୟନ୍ତ୍ରଣ ଯୋଗୁଁ ୮ ଇଂଟ୍ରାବେନସ ଫ୍ଲୁଡର ଦାମକୁ ମଧ୍ୟ ବଢାଇ ଦିଆଯାଇଛି । ଯେଉଁଥିରେ ଗ୍ଲୁକୋଜ ସମେତ ସୋଡିୟମ କ୍ଲୋରାଇଡ ମଧ୍ୟ ସାମିଲ ଅଛି ।