ଔଷଧ ନେଇଗଲା ଆୟୁଷ୍ମାନର ଜୀବନ ? ତଦନ୍ତ ପାଇଁ ମାଟିତଳୁ କଢାଗଲା ଶବ ।

46

ମେଡ଼ିସିନ ରିଆକସନ ରେ ମୃତ୍ୟୁ ବରଣ କରିଥିବା ୯ବର୍ଷର ଶିଶୁ ପୁତ୍ର ଆୟୁଷ୍ମାନ ମୃତ୍ୟୁ ଘଟଣାର ଭିନ୍ନ ମୋଡ଼ ନେଇଛି । ଦୀର୍ଘ ୧ମାସ ପରେ ଜଳେଶ୍ୱରପୁର ଗାଁର ଅମୁଲ୍ୟ ମହାନ୍ତିଙ୍କ ଅଭିଯୋଗ ମୂଳେ ଚାନ୍ଦବାଲି ପୁଲିସର ଥାନା କେଶ ନମ୍ବର ୨୦୪/୧୮ ମାମଲା ରୁଜୁ କରିଥିବା ବେଳେ ତନାଘନା ଚଳାଇଛି । ଆଜି ମାଜିଷ୍ଟ୍ରେଟ ଚାନ୍ଦବାଲି ଆଡ଼ିସନାଲ ତହସିଲଦାର ସୁବ୍ରତ କୁମାର ବେହେରାଙ୍କ ଉପସ୍ଥିତିରେ ଶ୍ମଶାନ ମାଟି ଖୋଳାଯାଇ ଶିଶୁ ପୁତ୍ରର ଶବ ଉଦ୍ଧାର ହୋଇଛି । ଉଦ୍ଧାର ମୃତ ଦେହ ଭୁବନେଶ୍ୱର ଫରେନସିକ ଲ୍ୟାବରେଟେରିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଚାନ୍ଦବାଲି ଥାନା ଅଧିକାରିଣୀ ମିନିତା ବିଶ୍ୱାଳ କହିଛନ୍ତି । ଏହି ଉଦ୍ଧାର ସମୟରେ ଚାନ୍ଦବାଲି ସବ ଇନିସପେକ୍ଟର ଶୟୀକାନ୍ତ କୁମାର ପତି,ମତୋ ଫାଣ୍ଡି ଅଧିକାରୀ ଏ.ଏସ.ଆଇ. ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଚାନ୍ଦବାଲି ଥାନାରେ ଗତ ୧୦ତାରିଖ ଦିନ ମୃତ ଶିଶୁ ପୁତ୍ରର ବାପା ଅମୁଲ୍ୟ ରାଉତଙ୍କ ଏତଲା ପରେ ଅଭିଯୁକ୍ତ ଡ଼ାକ୍ତର ସନ୍ତୋଷ ସାହୁ ଫେରାର ଥିବା ଜଣାପଡ଼ିଛି ।

ସୂଚନା ଅନୁଯୟୀ, ଶାନ୍ତି ମେଡିସିନ ମେଡ଼ିସିନ ଷ୍ଟୋର ଏବଂ ଶାନ୍ତ ମେଡ଼ିକାଲ ହଲ ବନ୍ଦ ଥିବା ଜଣାପଡ଼ିଛି । ଘଟଣାରୁ ଜଣାଯାଏ ବାଂଶଡା ଥାନା ଅଧିନ ଜଳେଶ୍ୱରପୁର ପଂଚାୟତରେ ସେହି ଗ୍ରାମର ଅମୁଲ୍ୟ ମହାନ୍ତିଙ୍କ ୯ବର୍ଷର ଏକମାତ୍ର ପୁଅ ଆୟୁଷ୍ମାନ ମହାନ୍ତି ଗତ ଅଗଷ୍ଟ ୧୫ ତାରିଖ ଦିନ ଜ୍ୱର ହେବାରୁ ତାଙ୍କୁ ଦିଗଛିଆ ଚଢେଇପଦା ନିକଟରେ ଥିବା ଶାନ୍ତି ମେଡିସିନ ଷ୍ଟୋରକୁ ନେଇ ସେଠାରେ ଚିକିତ୍ସା କରାଇଥିଲେ । ସେଠାରେ ସନ୍ତୋଷ ସାହୁ ନାମକ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ ଏବଂ ତାଙ୍କ ମେଡିସିନ ଷ୍ଟୋରରୁ ମେଡିସିନ ଆଣିଥିଲେ । ପୁଅକୁ ଜ୍ୱରରୁ ରକ୍ଷା କରିବା ପାଇଁ ଆଣିଥିବା ମେଡିସିନ ୧୬ ତାରିଖରେ ଏକ ପାନ ଦେଇଥିବା ବେଳେ ପୁଣି ସେହି ମେଡିସିନ ୧୭ ତାରିଖରେ ପୁଣି ଏକ ପାନେ ଦେଇଥିଲେ । ପୁଅର ଜ୍ୱର କମିବା ବଦଳରେ ଅତ୍ୟଧିକ ଯନ୍ତ୍ରଣା ହେବା ସହ ତାଙ୍କ ହାତ ମୁହଁ ଗୋଡ ବଙ୍କା ହୋଇ ଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ପୁଅକୁ ନେଇ କ୍ୱାକ ଶ୍ରୀ ସାହୁକୁ ଦେଖାଇ ଥିବା ବେଳେ ସେ ଗ୍ଲୁକୋଜ ପାଣି ପିଇବା ପାଇଁ କହିଥିଲେ । ମାତ୍ର ଔଷଧ ପ୍ରତିକ୍ରିୟା ହେଉଛି ବୋଲି କହିବାରୁ କ୍ୱାକ ସନ୍ତୋଷ ବିରକ୍ତ ହୋଇ ରୋଗୀଙ୍କ ପରିବାର ବର୍ଗଙ୍କୁ ଗାଳିଗୁଲଜ କରିଥିଲେ । ପରେ ରୋଗୀର ପରିବାର ବର୍ଗ ରୋଗୀର ଅବସ୍ଥାକୁ ନେଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ ପ୍ରତିକ୍ରିୟା ହୋଇଥିବାରୁ ତୁରନ୍ତ ରୋଗୀକୁ ଭଦ୍ରକ ଜିଲ୍ଲା ମେଡିକାଲକୁ ରେଫର କରିଥିଲେ । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତର ଜରୁରୀ କାଳୀନ ଚିକିତ୍ସା ଯୋଗାଇ ଦେଇଥିବା ବେଳେ ସଙ୍ଗେ ସଙ୍ଗେ କଟକ ରେଫର କରିଥିଲେ । କଟକ ବଡ ମେଡିକାଲରେ ଚିକିତ୍ସାରେ ସନ୍ତୁଷ୍ଟ ନହୋଇ ରୋଗୀର ପରିବାର ସ୍ଥାନୀୟ ଘରୋଇ ମେଡିକାଲ ଚାଣକ୍ୟ ଓ ପରେ ନ୍ୟୂବର୍ଣ୍ଣ ହସପିଟାଲରେ ଭର୍ତି କରିଥିଲେ । ଏହା ମେଡିସିନ ପ୍ରତିକ୍ରିୟା ହୋଇ ଇନଫେକସନ ହୋଇ ଯାଇଛି ବୋଲି କହି ୯ ଦିନ କାଳ ଚିକିତ୍ସା କରିବା ପରେ ଶେଷରେ ସଂପୃକ୍ତ ରୋଗୀ ଆଖି ବୁଜି ଦେଇଥିଲା ।