ଆପଣଙ୍କୁ କେଉଁ ରୋଗ ହୋଇଛି? ପେଟ ଭିତରୁ ସେନସର ଯୋଗେ ସୂଚନା ଦେବ ଔଷଧ !

24

ଆମେରିକାର ମେସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର ବୈଜ୍ଞାନିକ ନିକଟରେ ଏମିତି ଏକ ଔଷଧର କ୍ୟାପସୁଲ ପ୍ରସ୍ତୁତ କରିଥିବାର ଦାବି କରିଛନ୍ତି, ଯାହା ଭିତରେ ସେନସର ଖଞ୍ଜା ଯାଇଛି। ଏହାକୁ ଶରୀରର ଯେକୌଣସି ଅଙ୍ଗର ରକ୍ତକୁ ଯାଞ୍ଚ କରିବା ପାଇଁ ପ୍ରୟୋଗ କରାଯାଇଥାଏ। ଏହି ସେନସର ଯୁକ୍ତ ଔଷଧକୁ ମନୁଷ୍ୟ ସାଧାରଣ ବଟିକା ଭଳି ଖାଇ ପାରିବ। ଶରୀର ଭିତରକୁ ଯିବା ପରେ ଏହି କ୍ୟାପସୁଲ ଶରୀର ଅଭ୍ୟନ୍ତରୀଣ ସୂଚନା ଓ୍ଵୟାରଲେସ୍ ସେନସର ଜରିଆରେ ବାହାରକୁ ପଠାଇଥାଏ। ଏହି ସୂଚନାକୁ କମ୍ପ୍ୟୁଟର ଜରିଆରେ ଦେଖାଯାଇପାରିବ।

ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମୁଖ୍ୟ ଲାଭ ଏହା ଶରୀର ଭିତରକୁ ଯାଇ ଦୁର୍ବଳ ଅଙ୍ଗ ବିଷୟରେ ସଠିକ୍ ସୂଚନା ଦେବା ସହିତ କେଉଁ ପ୍ରକାର ରୋଗ ଆପଣଙ୍କ ଶରୀରରେ ଅଛି ତାହା ଜଣାଇଦେବ। ସେହିପରି ଯେଉଁ ଅଙ୍ଗର ଚିକିତ୍ସା ଚାଲିଥିବ ସେନେଇ ମଧ୍ୟ ଏହି କ୍ୟାପସୁଲ ସୂଚନା ଦେବ କି ଏହାର ଉନ୍ନତି ହେଉଛି କି ନାହିଁ। ଏହା ମନୁଷ୍ୟର ଦାନ୍ତରେ ବି ଖଞ୍ଜା ଯାଇପାରିବ। ଫଳରେ ମନୁଷ୍ୟ ମୁଖରେ ଥିବା ରୋଗ ବିଷୟରେ ଜାଣିହେବ।

ଏହି ଜ୍ଞାନକୌଶଳ ଦ୍ୱାରା ୫୦ବର୍ଷରୁ ଊର୍ଧ୍ୱ ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ଶରୀର ଚିକିତ୍ସା କରିବା ଆଦୌ ଆବଶ୍ୟକ ନାହିଁ। ଡାକ୍ତର ପାଖକୁ ଯାଇ ଏହି ଗୋଟଏ ଔଷଧ ଖାଇ ପାରିବେ। ଯାହାକି ଆପଣ ଶରୀରରେ କେଉଁ ଅସୁବିଧା ଅଛି, କି କୌଣସି ସଂକ୍ରମଣ ହୋଇଛି ସେନେଇ ସଠିକ୍ ତଥ୍ୟ ସେନସର ଜରିଆରେ ଦେଇଦେବ। ଏହି ଔଷଧର ପରୀକ୍ଷାମୂଳକ ପ୍ରୟୋଗ ଘୁଷୁରୀମାନଙ୍କ ଉପରେ କରାଯାଇଛି।