ଅଦାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . .

226

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ଅଦା । ଏଥିରେ ଥିବା ନ୍ୟୁଟ୍ରିଏଣ୍ଟସ ବହୁତ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଅଦାକୁ  କଞ୍ଚା, ପେଷିକରି କିମ୍ବା Gingerଶୁଖାଇ ବ୍ୟବହାର କରିପାରିବେ । ମସଲା ଏବଂ ଖାଦ୍ୟରେ ବ୍ୟବହୃତ ଅଦା ସୌନ୍ଦର୍ଯ୍ୟ ଉପଚାର ପାଇଁ ମଧ୍ୟ ବେଶ୍ ଉପକାରୀ । ତ୍ୱଚା ଏବଂ କେଶ ଜାତୀୟ ଅନେକ ସମସ୍ୟା ଦୂର କରିଥାଏ ଅଦା । ଏବେ ଆସନ୍ତୁ ଜାଣିବା ଅଦାର ବ୍ୟବହାର ଉପରେ  ।

୧.ଏକ ଚାମଚ ଅଦାରସ ଏବଂ ପୁଦିନା ରସ ମିଶାଇ ସୈନ୍ଧବ ଲୁଣ ମିଶାଇ ପିଅନ୍ତୁ । ଏହା ପେଟ ଯନ୍ତ୍ରଣାରୁ ରକ୍ଷା କରିଥାଏ ।

୨. ଅଦା ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ୨ ଚାମଚ ଅଦାରସ ସାଙ୍ଗରେ ୨ ଚାମଚ ମହୁ ମିଶାଇ ପ୍ରତିଦିନ ସେବନ କରନ୍ତୁ । ଏହାଦ୍ୱାରା ରକ୍ତ ସଫା ହୋଇଥାଏ ।

୩. ଅଦା ରସରେ କର୍ପୁର ମିଶାଇ ଲେପ ତିଆରି କରିଥାଆନ୍ତୁ । ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ । ଉପକାର ପାଇବେ।

୪. ଏକ ଚାମଚ ଅଦା ରସ ଏବଂ ଏକ ଗ୍ଲାସ କ୍ଷିର ସହ ମିଶାଇ ପିଅନ୍ତୁ । ଏହା ଦ୍ୱାରା ହାକୁଟି ପରି ସମସ୍ୟାରୁ ମୁକ୍ତି ମିଳିଥାଏ ।

୫. ୨ ଚାମଚ ଅଦାରସରେ ଏକ ମିଶ୍ରିର ଖଣ୍ଡ ମିଶାଇ ସକାଳେ ଏବଂ ସଂନ୍ଧ୍ୟାରେ ପିଅନ୍ତୁ । ଏହାଦ୍ୱାରା ମୁତ୍ର ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

୬. ଦୁଇ ରୁ ତିନି ଚାମଚ ଅଦା ରସରେ କିଛି ଗୁଡ଼ ମିଶାଇ ସକାଳେ ଏବଂ ସଂନ୍ଧ୍ୟାରେ ପିଅନ୍ତୁ। ଏହାଦ୍ୱାରା ସୁଜନ ପରି ସମସ୍ୟା ଦୂର ହେବ ।

୭. ଏକ କପ୍‌ ଅଦାରସରେ ଅଧା କପ୍‌ ତେଲ ମିଶାଇ ଫୁଟାନ୍ତୁ । ପରେ ଏହାକୁ ନିଜ ଗଣ୍ଠିରେ ମାଲିସ୍‌ କରନ୍ତୁ। ଏହା ଗଣ୍ଠି ଜନୀତ ସମସ୍ୟାରୁ ମୁକ୍ତି ଦେଇଥାଏ ।

୮. ଏକ ଚାମଚ ଅଦା ରସରେ ଅଧା କପ୍‌ ହାଲକା ଉଷୁମ ପାଣି ମିଶାଇ ପିଅନ୍ତୁ । ଏହା ଶ୍ୱାସ ଜନିତ ଠିକ୍‌ କରିଥାଏ ।

୯ . ଏକ ଚାମଚ ଗୋଲାପ ଜଳରେ ଏକ ଚାମଚ ଲେଖାଏଁ ଅଦା ରସ ଓ ମହୁ ଫେଣ୍ଟି ମୁହଁ, ବେକରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଦେହ ଥଣ୍ଡା ରହିବା ସହ ଘିମିରି ସମସ୍ୟା ହେବ ନାହିଁ ।

୧୦ ଅଲିଭ୍ ତେଲ ଓ ଅଦା ରସ ମିଶାଇ ଓଠରେ ଲଗାନ୍ତୁ । କଳା ଓଠ ଧୀରେ ଧୀରେ ସଫା ପଡ଼ିବ ।

୧୧. ଗାଧୋଇବା ପୂର୍ବରୁ ଅଲିଭ୍ ତେଲରେ ସମାନ ପରିମାଣର ଚିନି, ଅଦା ରସ, ଲେମ୍ବୁ ରସ ପକାଇ ଲଗାଇଲେ ତ୍ୱଚାର ଉଜ୍ୱଳତା ବଢ଼ିବ।