ଲାଉର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . . .

77

ଲାଉ ଶରୀର ପାଇଁ ବହୁତ ଉପକାରୀ । ମାତ୍ର ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବା ପାଇଁ ଅନେକ ଲୋକ ପସନ୍ଦ କରିନଥାନ୍ତି । ତେବେ ଲାଉକୁ ରୋଷେଇ କରି ଖାଇବା ଓ ଜୁସ୍ କରି ପିଇବା ଦ୍ୱାରା କ’ଣ କ’ଣ ଲାଭ ମିଳେ ଜାଣିଲେ ଆପଣ ମଧ୍ୟ ଲାଉ ଖାଇବା ପାଇଁ ଆଗ୍ରହୀ ହେବେ ।

ଏହି ପରିବାରେ ରହିଛି ୯୦ ପ୍ରତିଶତ ଜଳ । ଅତ୍ୟଧିକ ଜଳ ଥିିବାରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ସେଥିପାଇଁ ଗ୍ରୀଷ୍ମ ଦିନରେ ଲାଉ ଖାଇବା ଉଚିତ୍ । ଆସନ୍ତୁ ଜାଣିବା ଲାଉର କିଛି ଔଷଧୀୟ ଗୁଣ ବିଷୟରେ . . . . .

• ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଉପକାରୀ । ଏଥିପାଇଁଁ ରୋଗୀକୁ ଲାଉ ରସରେ ସାମାନ୍ୟ ରାଶି ତେଲ ମିଶାଇ ପିଇବାକୁ ପଡିବ ।

• ଆଜିକାଲି ହୃଦରୋଗୀଙ୍କ ସଂଖ୍ୟା ଅଧିକ । ଜୀବନଶୈଳୀ ଓ ଖାଦ୍ୟଶୃଙ୍ଖଳରେ ପରିବର୍ତ୍ତନ ଏହାର ଏକ ପ୍ରମୁଖ କାରଣ । ହୃହୟକୁ ସୁସ୍ଥ ରଖିବା ପାଇଁ ଲାଉ ରସରେ ଟିପେ ଗୋଲମରିଚ ଓ ସାମାନ୍ୟ ପୁଦିନା ରସ ମିଶାଇ ପିଅନ୍ତୁ ।

• ପ୍ରଦୂଷଣ ଯୋଗୁଁ ଅଳ୍ପ ବୟସରେ ହିଁ ଆଜିକାଲି ଯୁବଗୋଷ୍ଠୀ କେଶ ଝଡିବା ଓ କେଶ ପାଚିବାର ରୋଗର ଶିକାର ହେଉଛନ୍ତି । ତେଣୁ ପ୍ରତିଦନି ଏକ ଗ୍ଲାସ୍ ଲାଉ ରସ ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ।

• ମୁଣ୍ଡରେ ଉପି ହେଉଥିଲେ ଅଁଳା ରସ ଓ ଲାଉ ରସକୁ ଏକାଠି ମିଶାଇ ପିଅନ୍ତୁ । ଏପରିକି ଏହି ମିଶ୍ରିତ ରସକୁ କେଶରେ ମାଲିସ କଲେ ଉପକାର ମିଳେ ।

• ମାନସିକ ଚାପ ରୁ ରକ୍ଷା ପାଇବା ପାଇଁ ଲାଉ ସେବନ କରନ୍ତୁ । ଲାଉରେ ଥିିବା ପିତ୍ତନାଶକ ଗୁଣ ଶରୀରକୁ ଥଣ୍ଡା ରଖିବା ସହ ମସ୍ତିସ୍କକୁ ଶାନ୍ତ ରଖେ ।

• ଲାଉ ଜୁସ୍ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ସନ୍ତୁଳିତ ହୋଇଥାଏ । କୋଲେଷ୍ଟରଲ ପରିମାଣ କମାଇବା ପାଇଁ ପ୍ରତିଦିନ ୨୦୦ ଗ୍ରାମ ଲାଉ ରସ ପିଅନ୍ତୁ ।

• ପ୍ରତିଦିନ ସକାଳୁ ଲାଉ ଜୁସ୍ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଏଥିରେ ଥିବା ଫାଇବର ପାଚନତନ୍ତ୍ରକୁ ସୁସ୍ଥ ରଖେ ।

• କେବେ କେବେ ପରିଶ୍ରା ଅମ୍ଳର ମାତ୍ରା ବଢ଼ିଯାଇ ପରିଶ୍ରା ପୋଡ଼ାଜଳା ହୁଏ । ଏମିତିରେ ଲାଉ ରସ ପିଇବା ଦ୍ୱାରା ଏଥିରୁ ରକ୍ଷା ମିଳେ ।

• ଲାଉକୁ ସିଝାଇ ସେଥିରେ ସାମାନ୍ୟ ଲୁଣ ପକାଇ ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ ।

• ବ୍ୟାୟାମ ପରେ ଶରୀରରେ କାର୍ବୋହାଇଡ୍ରେଟର ଅଭାବ ଦେଖାଦିଏ । ଲାଉ ରସ ତାହା ପୂରଣ କରିଥାଏ । ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀର କ୍ଷମାତାକୁ ବଢ଼ାଇଥାଏ ।