ତୁଳସୀ ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁୁ . . . . . . .

251

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଆସନ୍ତୁ ଜାଣିବା ଏହି ଗୁଣ ବିଷୟରେ . . .

୧. ତୁଳସୀ ରୋଗ ପାଇଁ ମଧ୍ୟ ବହୁତ ଲାଭକାରୀ । ଏହାର ପତ୍ରକୁ ଅଦା ଓ ମହୁ ସହିତ ସମାନ ମାତ୍ରାରେ ମିଶାଇ ସେବନ କଲେ ଶୁଖିଲା କାଶ, ଥଣ୍ଡା କାଶ ଓ ଜ୍ୱର ଆଦି ଭଲ ହୋଇଥାଏ ।

୨. ତୁଳସୀ ପତ୍ର, ଲବଙ୍ଗ ଓ ସାଧାରଣ ଲୁଣକୁ ଅଧାଲିଟର ପାଣିରେ ମିଶାଇ ଫୁଟାନ୍ତୁ । ଏହି ଫୁଟା ପାଣି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ । ଏହି ପାଣି ଇନଫ୍ଲୁଏଞ୍ଜା ରୋଗ ପାଇଁ ଲାଭଦାୟକ ।

୩ . ତୁଳସୀ ହୃଦରୋଗ ପାଇଁ ବହୁତ ଲାଭକାରୀ । ପ୍ରତିଦିନ ତୁଳସୀ ସେବନ ଫଳରେ ରକ୍ତରେ କୋଲେଷ୍ଟ୍ରୋଲ୍‌ର ମାତ୍ରା ହ୍ରାସ ପାଇଥାଏ ।

୪ . ତୁଳସୀ ପତ୍ରର ରସ କାଛୁଁକୁଣ୍ଡିଆ ପାଇଁ ମଧ୍ୟ ଭଲ । ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ ଆଖିରେ ପକାଇଲେ ବ୍ୟଥା ଦୂର ହୋଇଥାଏ । ପ୍ରତି ରାତିରେ ଶୋଇବା ସମୟରେ ଦୁଇ ବେଳା କଳା ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ତାହା ଆଖି ପାଇଁ ଲାଭଦାୟକ ।
୫ . ଦାନ୍ତରୋଗ ପାଇଁ ମଧ୍ୟ ତୁଳସୀ ଲାଭଦାୟକ । ତୁଳସୀ ପତ୍ରକୁ ଖରାରେ ରଖି ଶୁଖାଇ ଗୁଣ୍ଡ ତିଆରି କରନ୍ତୁ । ତା’ପରେ ଏହା ଦାନ୍ତମଞ୍ଜନ ସହିତ ମିଶାଇ ବ୍ୟବହାର କରିବା ଉଚିତ୍‌ ।

୬ . ଛୋଟପିଲାମାନଙ୍କର ସାଧାରଣ ରୋଗ ଯଥା କାଶ, ଥଣ୍ଡା, ଜ୍ୱର, ଡାଇରିଆ ଓ ବାନ୍ତି ଇତ୍ୟାଦି ମଧ୍ୟ ତୁଳସୀ ପତ୍ରରସରେ ଭଲହୋଇଥାଏ । ଏହାର ରକ୍ତକୁ ଶୁଦ୍ଧ କରିବା ସହିତ ଅନେକ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ।