ବରଗଡରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତେଜନା : କ୍ଷତିପୂରଣ ଦାବିରେ ମୁଖ୍ୟ ଡାକ୍ତରଖାନା ଆଗରେ ଶବ ରଖି ରାସ୍ତା ଅବରୋଧ

40

ବରଗଡ : ବରଗଡ ମୁଖ୍ୟ ଡାକ୍ତରଖାନାରେ ପ୍ରସୁତିଙ୍କ ମୃତ୍ୟୁ ନେଇ ଉତେଜନା । ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୁତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ ।

ବରଗଡ ବିରମାଳ ଗାଁର ମହାଦେବ ସାହୁଙ୍କ ପତ୍ନୀ ସୁରେଖା ସାହୁ ପ୍ରସୁତି ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତେବେ ତାଙ୍କୁ ଅପରେସନ କରିବା ପାଇଁ ଡାକ୍ତର କୁଳମଣୀ ନାୟକ ୨ହଜାର ଟଙ୍କା ଲାଂଚ ମାଗିଥିବଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ୨ହଜାର ଟଙ୍କା ଲାଂଚ ଦେବା ପରେ ସୁରେଖାଙ୍କ ଅପରେସନ ହୋଇଥିଲା ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସୁରେଖାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବା ସହ ଚିିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବରଗଡ ଏଡିଏମଓ ସୁରେଶ ତ୍ରିପାଠୀ ।