କାଠଗଡ଼ାରେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ! ଡେଂଟାଲ ସର୍ଜରୀ ବିଭାଗର ଛାତ୍ର ସତ୍ୟସ୍ୱରୁପଙ୍କ ଆତ୍ମହତ୍ୟା ପଛରେ ହାତଥିବା ସନ୍ଦେହ

23

କନକ ବ୍ୟୁରୋ: ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ କାଠଗଡ଼ାରେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ । ଡେଂଟାଲ ସର୍ଜରୀ ବିଭାଗର ଛାତ୍ର ସତ୍ୟସ୍ୱରୁପଙ୍କ ଆତ୍ମହତ୍ୟା ପଛରେ କର୍ତ୍ତୃପକ୍ଷଙ୍କ ଚାପ ରହିଥିବା ସନ୍ଦେହ କରିଛନ୍ତି ପରିବାର ଲୋକ । ପୁଅର ମୃତ୍ୟୁ ନେଇ ସମ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ନଦେବା ଓ ତରବରିଆ ଭାବେ ମୃତଦେହ ବ୍ୟବଚ୍ଛେଦ କରିବାକୁ ନେଇ ପ୍ରଶ୍ନ କରିଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ମୃତକଙ୍କ ବାପା । ଆଉ ନିରପେକ୍ଷ ତଦନ୍ତ କରି ପୁରା ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି କରିଛନ୍ତି ସତ୍ୟସ୍ୱରୁପଙ୍କ ପରିବାର ଲୋକେ ।