ରାଜଧାନୀରେ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । କଲେଜ ପିଅନ ଗିରଫ । ଘଟଣାର ତଦନ୍ତ କରୁଛି ପୁଲିସ ।

30

କନକ ବ୍ୟୁରୋ : ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ମେଡିକାଲ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ ମନୋଜ ଖଟୁଆଙ୍କୁ ଗିରଫ କରାଯାଇଛି । ମଂଚେଶ୍ୱର ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି । ଗତକାଲି ରାତିରେ ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।