ସିଜରିଆନ୍ ଡେଲିଭରୀ ହୋଇଥିବା ମେଡିକାଲ୍ ଛାତ୍ରୀ ଡାକ୍ତରଖାନାରୁ ଦେଲେ ପରୀକ୍ଷା ! ଡାକ୍ତର କହିଲେ ଏଭଳି ଛାତ୍ରୀଙ୍କୁ ସମ୍ମାନିତ କରିବା ଆବଶ୍ୟକ ।

341

ବାଙ୍ଗାଲୋରରେ ଜଣେ ୨୭ ବର୍ଷୀୟ ଗର୍ଭବତୀ ମେଡିକାଲ୍ ଛାତ୍ରୀଙ୍କ ସିଜରିଆନ୍ ଡେଲିଭରୀ ହେବା ପୂର୍ବଦିନ ହିଁ ଡାକ୍ତରଖାନାରୁ ସେ ପରୀକ୍ଷା ଦେଇଥିବା କଥା ଶୁଣିବାକୁ ମିଳିଛି । ଛାତ୍ରୀ ଜଣକ ପରୀକ୍ଷା ଦେବା ସମୟରେ ହିଁ ତାଙ୍କୁ ପ୍ରସବ ପୀଡା ହୋଇଯାଇଥିଲା । ଯାହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେ ଡାକ୍ତରଖାନାରୁ ହିଁ ଦ୍ୱିତୀୟ ପରୀକ୍ଷା ଦେଇଥିଲେ । ତେବେ ତାଙ୍କୁ କୃୁରବା ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି ଏବଂ ସେ ଏବେ ନିଜ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । କୁହାଯାଉଛି କି ମହିଳା ଜଣକ ଏପ୍ରିଲ୍ ୨ ତାରିଖରେ ଛୁଆ ଜନ୍ମ ଦେବା ପରେ ମେଡିକାଲ୍ ରୁ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଥିଲେ ।

ଛାତ୍ରୀ ଜଣକ ସାଙ୍ଗସାଥିମାନେ ତାଙ୍କ ପରୀକ୍ଷାକୁ ନେଇ ଚିନ୍ତିତ ଥିବା ବେଳେ ସି-ସେକ୍ସନ୍ ରେ ଡେଲିଭରୀ ହେବା ପରେ ମଧ୍ୟ ସେ ପରୀକ୍ଷା ଦେଇଥିବା କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଡେଲିଭରୀ କରିଥିବା ଡାକ୍ତର ପ୍ରଜ୍ଞା ରାଓଙ୍କ କହିବାନୁସାରେ ସିଜରିଆନ୍ ଡେଲିଭରୀ ଏକ ବଡ ଧରଣର ଅପରେସନ୍ ହୋଇଥାଏ । ଏଥିପାଇଁ ଛାତ୍ରୀଜଣଙ୍କୁ ଡାକ୍ତରଖାନାରୁ ସମ୍ମାନିତ କରିବା ଆବଶ୍ୟକ ।